ରାସ୍ତା ଉପରେ ଶୋଇଥିଲେ, ୧୧ ଗୋରୁଙ୍କ ଉପରେ ଚଢିଗଲା ଟ୍ରକ୍
କାମାକ୍ଷାନଗର:ଢେଙ୍କାନାଳ ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥ ବାରିହାପୁର ଛକ ନିକଟରେ ରାସ୍ତା ଉପରେ ଶୋଇଥିବା ଗୋରୁ ପଲ ଉପରେ ଚଢିଗଲା ଟ୍ରକ୍। ଫଳରେ ୧୧ ଟି ଗୋରୁଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥ ବାରିହାପୁର ଛକ ନିକଟରେ ବୁଧବାର ବିଳମ୍ବିତ ରାତିରେ ରାସ୍ତା କଡରେ ଗୋରୁପଲ ଶୋଇଥିବା ବେଳେ ତାଙ୍କ ଉପରେ ଟ୍ରକ ଚଢିଯାଇଥିଲା। ଫଳରେ ୧୧ ଟି ଗୋରୁଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଟି ଗୋରୁ ଗୁରତର ଥିବା ଜଣାପଡିଛି। ଦୁର୍ଘଟଣା ପରେ ଘଟଣା ସ୍ଥଳରୁ ଟ୍ରକ୍ ଚାଳକ ଫେରାର ହୋଇଯାଇଛି। ଟ୍ରକ୍ ଚାଳକର ବେପରୁଆ ଗାଡି ଚାଳନା ଯୋଗୁ ଦୁର୍ଘଟଣା ଘଟିଥିବା ଅନୁମାନ ହେଉଛି। ସକାଳୁ ଗ୍ରାମବାସୀ ଦେଖିବା ପରେ ଘଟଣା ଜଣାପଡିଥିଲା। ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଟ୍ରକର କୈାଣସି ସନ୍ଧାନ ମିଳିପାରି ନାହିଁ।
Powered by Froala Editor