ଗ୍ୟାସ ଦର ହ୍ରାସ ନେଇ ବିଜେଡି ଦେଲା ଏହି ପ୍ରତିକ୍ରିୟା

ଭୁବନେଶ୍ୱର: ଗ୍ୟାସ ଦର ହ୍ରାସକୁ ନେଇ ବିଜେଡିର ପ୍ରତିକ୍ରିୟା । ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି । ଗ୍ୟାସ ଦର ୨୦୦ ଟଙ୍କା କମାଇଛନ୍ତି, ଆହୁରି କମିବାର ଥିଲା । ଆଶା କରୁଛୁ ଆହୁରି ଗ୍ୟାସ ଦର କମାଇବେ । ଗ୍ୟାସ ଦର ସୀମା ବାହାରେ ଥିଲା । ସାଧାରଣ ଲୋକଙ୍କୁ ବହୁତ ବାଧୁଥିଲା । ବର୍ତ୍ତମାନ ସ୍ଥିତିରେ ଦରଦାମ ନିୟନ୍ତ୍ରଣ ପାଇଁ ନିହାତି ଆବଶ୍ୟକ ।
ଆମ ଲୋକସଂଖ୍ୟାର ଅଧାରୁ ଅଧିକ ହେଉଛି ମହିଳା । ତେଣୁ ତାଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ଯେତେ ରାଜନୈତିକ ଦଳ ଅଛନ୍ତି କି ଯେଉଁମାନେ ଭୋଟର ଆଂକାକ୍ଷୀ ରଖିଛନ୍ତି ସେମାନେ ତାଙ୍କ ଉନ୍ନତି ପାଇଁ ଯୋଜନା କରିବା ସ୍ବାଭାବିକ । ମହିଳାମାନେ ନବୀନ ପଟ୍ଟନାୟକଙ୍କ ନେତୃତ୍ବ ଉପରେ ବିଶ୍ୱାସ ରଖନ୍ତି । ଯେତେବେଳେ କେହି ମହିଳାଙ୍କ କଥା ଚିନ୍ତା କରୁ ନଥିଲେ ସେବେ ନବୀନ ପଟ୍ଟନାୟକ ଆଗ ମହିଳାଙ୍କ ପାଇଁ ନିଷ୍ପତ୍ତି ନେଇଛନ୍ତି । ମହିଳାମାନଙ୍କୁ ଶସକ୍ତ କରିବା ପାଇଁ ନବୀନ ପଟ୍ଟନାୟକ ସରକାର ସବୁ ପ୍ରକାର ପଦକ୍ଷେପ ନେଇଛନ୍ତି ।
Powered by Froala Editor