ରାଜ୍ୟ ସରକାରଙ୍କ ଏହି ନୂଆ ଘୋଷଣା, ଜାଣନ୍ତୁ କ’ଣ ?
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ନୂଆ ଘୋଷଣା । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କେୱାଇ) ଅନ୍ତର୍ଭୁକ୍ତ ପରିବାରର ପିଲା ହୋଇ ରାସନ କାର୍ଡରେ ନାଁ ନଥିଲେ ମଧ୍ୟ ଚିକିତ୍ସାରୁ ବଞ୍ଚିତ ହେବେନି । ତାଙ୍କୁ ବିଏସକେୱାଇ ଅନ୍ତର୍ଭୁକ୍ତ ଡାକ୍ତରଖାନାଗୁଡ଼ିକରେ ମାଗଣାରେ ଚିକିତ୍ସା କରାଯାଇପାରିବ । ୫ରୁ ୧୮ ବର୍ଷର ପିଲାମାନଙ୍କ ପାଇଁ ଏଭଳି ସୁବିଧା ମିଳିପାରିବ । ଯେଉଁମାନଙ୍କ ନାମ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍ଏଫ୍ଏସ୍ଏ) ବା ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ (ଏସ୍ଏଫ୍ଏସ୍ଏସ୍) ଡାଟାବେସରେ ମଧ୍ୟ ନାଁ ନାହିଁ ସେମାନଙ୍କ ଚିକିତ୍ସା ମଧ୍ୟ ସହଜରେ ହୋଇପାରିବ । ଅଭିଭାବକମାନେ ଉପଯୁକ୍ତ ତଥ୍ୟ ପ୍ରଦାନ କରି ନିଜ ପିଲାଙ୍କ ନାମ ସାମିଲ କରିପାରିବେ । ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଏନେଇ ବିଏସ୍କେୱାଇ ସହ ଜଡ଼ିତ ସବୁ ମେଡିକାଲକୁ ଚିଠି ଲେଖି ଅବଗତ କରାଇଛନ୍ତି ।
ଦୀର୍ଘଦିନ ହେବ ଏଭଳି ସମସ୍ୟା ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଜାଣିବାକୁ ପାଇଥିଲା । ପିଲାଙ୍କ ନାମ ରାସନ କାର୍ଡରେ ପଞ୍ଜିକୃତ ହୋଇନଥିବାରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସା ମିଳିପାରୁନଥିଲା । ଯାହାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହସ୍ପିଟାଲଗୁଡିକୁ ଲେଖା ଯାଇଥିବା ଚିଠିରେ ଉଲ୍ଲେଖ ଅଛି ଯେ, ଯଦି ଖାଦ୍ୟ ସୁରକ୍ଷା ଯୋଜନାରେ ଅଭିବାକଙ୍କ ନାମ ରହିଛି, ତେବେ ତାଙ୍କ ଛୋଟ ପିଲାଙ୍କୁ ବିଏସକେୱାଇ ଯୋଜନାରୁ ବଞ୍ଚିତ କରାଯିବ ନାହିଁ । କୌଣସି କାରଣରୁ ଯଦି ୫ରୁ ୧୮ ବର୍ଷ ମଧ୍ୟରେ ପିଲାଙ୍କ ନାମ ଜାତୀୟ ଖାଦ୍ୟ ସୁରକ୍ଷା କିମ୍ବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହୋଇନାହିଁ, ତେବେ ସେମାନଙ୍କୁ ବିଏସ୍କେୱାଇରେ ମାଗଣା ସ୍ୱାସ୍ଥ୍ୟ ସେବା ମିଳିପାରିବ ।
Powered by Froala Editor