ମଝିଆ ଭାଇର କାତି ଚୋଟରେ ଆଖି ବୁଜିଲା ସାନ ଭାଇ

ଗଞ୍ଜାମ: ଭାଇ ସାଜିଲା ଭାଇର ହତ୍ୟାକାରୀ। ପାରିବାରିକ କଳହର ଏପରି କରୁଣ ପରିଣତି ଗଞ୍ଜାମ ଜିଲ୍ଲା କବିସୂର୍ୟ୍ୟନଗର ଥାନା ଅଢେଇବର ଗାଁରେ ଦେଖିବାକୁ ମିଳିଛି। ମଝିଆ ଭାଇର କାତି ଚୋଟରେ ଆଖି ବୁଜିଲା ସାନ ଭାଇ । ମୃତକ ହେଲେ କାଳୁ ନାହାକ ।
ଗତ ରାତିରେ କାଳୁ ନାହାକ ଘରେ ଥିବା ସମୟରେ ତାଙ୍କ ମଝିଆ ଭାଇ ପୁନିଆ ନାହାକ, ତାଙ୍କ ପୁଅ ଓ କିଛି ସମର୍ଥକଙ୍କ ସହ ସେଠାରେ ପହଞ୍ଚିଥିଲେ। ସେମାନେ କାଳୁଙ୍କ ଘର ଉପରକୁ ଟେକା ମାଡ଼ କରିଥିଲେ। ଏଥିରେ ଭୟଭୀତ ହୋଇ କାଳୁ ରାସ୍ତା ଉପରକୁ ଆସିବାରୁ ସେମାନେ ଗୋଡ଼ାଇ ଗୋଡ଼ାଇ ତାଙ୍କୁ କାତିରେ ହାଣିଥିଲେ।
ଆକ୍ରମଣର ଶିକାର ହେଉଥିବା କାଳୁଙ୍କୁ ରକ୍ଷା କରିବାକୁ ତାଙ୍କ ପତ୍ନୀ ରାସ୍ତା ଉପରକୁ ଯାଇଥିବା ବେଳେ ସେ ବି ଆକ୍ରମଣକାରୀଙ୍କ କବଳରୁ ସ୍ୱାମୀଙ୍କୁ ରକ୍ଷା କରି ପାରି ନ ଥିଲେ। ଅତ୍ୟଧିକ ରକ୍ତସ୍ରାବ ହେତୁ ଗୁରୁତର ହୋଇ ପଡ଼ିଥିବା କାଳୁଙ୍କର ରାସ୍ତା ଉପରେ ହିଁ ଛଟପଟ ହୋଇ ଜୀବନ ଚାଲିଗଲା।
Powered by Froala Editor