ପ୍ରିଭ୍ୟୁ ପରେ ରିଲିଜ ହେବ ‘ଯବାନ’ର ଟ୍ରେଲର

ଆସନ୍ତା ମାସରେ ରିଲିଜ ହେବାକୁ ଯାଉଛି ଶାହରୁଖ ଖାନଙ୍କ 'ଯବାନ' । 'ଯବାନ' ଚଳଚ୍ଚିତ୍ରର ଟ୍ରେଲର ରିଲିଜ୍ ତାରିଖ ଘୋଷଣା କରିଛନ୍ତି ନିର୍ମାତା, ଯାହା ଦର୍ଶକଙ୍କ ଉତ୍ସାହ ବଢ଼ାଇଛି। କୁହାଯାଉଛି ଯେ, ଅଗଷ୍ଟ ୩୧ରେ ଫିଲ୍ମର ଟ୍ରେଲର ରିଲିଜ୍ ହେବ।
ଜୁଲାଇ ୧୦ରେ 'ଯବାନ'ର ପ୍ରିଭ୍ୟୁ ରିଲିଜ୍ ହୋଇଥିଲା, ଯେଉଁଥିରେ ଫିଲ୍ମର ଝଲକ ଦେଖିବାକୁ ମିଳିଥିଲା। ପ୍ରିଭ୍ୟୁ ଭିଡିଓରେ ଶାହରୁଖ ଦମଦାର ସଂଳାପ କହୁଥିବା ଦେଖିବାକୁ ମିଳିଥିଲା। ମେଁ କୌନ ହୁଁ, କୌନ ନେହି, ପତା ନେହି। ମା' କୋ କିଆ ୱାଦା ହୁଁ, ୟା ଅଧୁରା ଏକ ଇରାଦା ହୁଁ। ମେଁ ଅଚ୍ଛା ହୁଁ ୟା ବୁରା ହୁଁ। ପୁଣ୍ୟ ହୁଁ ୟା ପାପ୍ ହୁଁ। ୟେ ଖୁଦ ସେ ପୁଛନା, କ୍ୟୁକି ମେଁ ଆପ ହୁଁ। ରେଡି.ବୋଲି ଶାହରୁଖ କହୁଥିବା ଦେଖାଯାଇଥିଲା।। ତାଙ୍କର ଏହି ସଂଳାପ ଲୋକଙ୍କ ମନ କିଣିଥିଲା। ଚଳଚ୍ଚିତ୍ରକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍ ରହିଛି। ଏଥି ସହିତ ନିର୍ମାତା ସିନେମାର କାହାଣୀକୁ ନେଇ ସପେନ୍ସ ଜାରି ରଖିଛନ୍ତି।
ଫିଲ୍ମରେ ଶାହରୁଖ ଓ ନୟନତାରାଙ୍କ ଦମଦାର ଆକ୍ସନ ଦେଖିବାକୁ ମିଳିଥିବା ବେଳେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଭୂମିକା ରହିଛି। ଏହା ସହ ଅଭିନେତା ବିଜୟ ସେଥୁପତିଙ୍କ ଲୁକ ବି ଫିଲ୍ମରେ ନିଆରା ରହିଛି।
Powered by Froala Editor