ଚନ୍ଦ୍ରରେ ମାଟିର ତାପମାତ୍ରା ଅନୁସନ୍ଧାନ କଲା ଚନ୍ଦ୍ରଯାନ-୩
ନୂଆଦିଲ୍ଲୀ: ଚନ୍ଦ୍ରରେ ଅନୁସନ୍ଧାନ ଆରମ୍ଭ କରିଦେଇଛି ଚନ୍ଦ୍ରଯାନ-୩। ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ ପରେ ଇସ୍ରୋକୁ ପଠାଉଛି ନୂଆ ନୂଆ ତଥ୍ୟ। ଏହିପରିପ୍ରେକ୍ଷୀରେ ଲ୍ୟାଣ୍ଡର ବିକ୍ରମରେ ଲାଗିଥିବା ChaSTE ପେଲୋଡ୍ ଚନ୍ଦ୍ରପୃଷ୍ଠରୁ ପଠାଇଛି ଆଉ ଏକ ସୂଚନା। ସେଠାରେ ମାଟିର ତାପମାତ୍ରା କେତେ ରହେ ତା'ର ଅନୁସନ୍ଧାନ କରିଛି ଏହି ପେଲୋଡ୍।
ଏନେଇ ଇସ୍ରୋ ଏକ୍ସ(ପୂର୍ବର ଟ୍ୱିଟର୍) ଯେଗେ ସୂଚନା ଦେଇ କହିଛି, "ଚନ୍ଦ୍ରର ଭୂପୃଷ୍ଠରୁ ୧୦ ସେମି ପର୍ୟ୍ୟନ୍ତ ତାପମାତ୍ରାରେ ପାର୍ଥକ୍ୟ ଥିବା ଜଣାପଡୁଛି। ପ୍ରଥମ କରି ମହାକାଶ ବିଜ୍ଞାନ ଇତିହାସରେ ଚନ୍ଦ୍ରୟାନ-୩ ଚନ୍ଦ୍ରର ଦକ୍ଷିଣ ମେରୁର ମୃତ୍ତିକା ପରୀକ୍ଷା କରି ଏହି ସୂଚନା ପଠାଇଛି।" ଇସ୍ରୋ ଏହାର ଏକ ଗ୍ରାଫ୍ ମଧ୍ୟ ସେୟାର୍ କରିଛି। ଗ୍ରାଫରେ ଥିବା ତାପମାତ୍ରା -୧୦ ଡିଗ୍ରୀ ସେଲସିୟସରୁ ୫୦ ଡିଗ୍ରୀ ସେଲସିୟସ ପର୍ୟ୍ୟନ୍ତ ଥିବା ଦେଖିବାକୁ ମିଳୁଛି।
Powered by Froala Editor