୩୧ ରୁ ଉତ୍କେଲା ବିମାନବନ୍ଦରରୁ ଆରମ୍ଭ ହେବ ବିମାନ ଚଳାଚଳ

ଭୁବନେଶ୍ୱର : କଳାହାଣ୍ଡି ଜିଲ୍ଲାର ଉତ୍କେଲା ବିମାନବନ୍ଦରରୁ ଆସନ୍ତା ୩୧ ତାରିଖରୁ ବିମାନ ଚଳାଚଳ ଆରମ୍ଭ ହେବ। ଏଥିପାଇଁ ବିଧିବଦ୍ଧ ପ୍ରସ୍ତୁତି ଚୂଡ଼ାନ୍ତ ପର୍ୟ୍ୟାୟରେ ପହଞ୍ଚିଛି। ଚଳିତ ମାସ ୭ ତାରିଖରେ ଡାଇରେକ୍ଟର ଜେନେରାଲ ଅଫ୍ ସିଭିଲ୍ ଏଭିଏସନ୍ (ଡିଜିସିଏ) ପକ୍ଷରୁ ଉତ୍କେଲା ବିମାନବନ୍ଦରକୁ ୨-ବି ଲାଇସେନ୍ସ ପ୍ରଦାନ କରାଯାଇଛି।
ପ୍ରଥମେ ଉତ୍କେଲା-ଭୁବନେଶ୍ୱର ବିମାନ ଚଳାଚଳ ଆରମ୍ଭ ହେବ। ପରେ ଏହା ରାୟପୁରକୁ ସମ୍ପ୍ରସାରିତ ହେବ। ଏଥିପାଇଁ ଇଣ୍ଡିଆ ୱାନ୍ ଏୟାର ଏକ ୯ ଆସନ ବିଶିଷ୍ଟ ବିମାନ କ୍ରୟ କରି ପ୍ରସ୍ତୁତ ରଖିଛି। ଉତ୍କେଲା ବିମାନବନ୍ଦରର ସମ୍ପ୍ରସାରଣ ଏବଂ ପୁନଃନିର୍ମାଣ ପାଇଁ ରାଜ୍ୟ ସରକାର ଜମି ଯୋଗାଇ ଦେଇଛନ୍ତି। ଜମି ଅଧିଗ୍ରହଣ ସହିତ ରନୱେ ଓ ଟର୍ମିନାଲ କୋଠା ନିର୍ମାଣ ବାବଦରେ ରାଜ୍ୟ ସରକାର ୧୬୨ କୋଟି ଟଙ୍କା ବ୍ୟୟ କରିଛନ୍ତି। ନିର୍ମାଣ ଏବଂ ଅନ୍ୟ ଆନୁସଙ୍ଗିକ କାମ ଶେଷ ହୋଇଥିଲା ବେଳେ ଦୁଇ ମାସ ପୂର୍ବେ ବିମାନ ଚଳାଚଳ ଆରମ୍ଭ ହେବାର ଥିଲା। ତେବେ ଡିଜିସିଏ ଲାଇସେନ୍ସ ମିଳିନଥିବାରୁ ସମସ୍ୟା ଦେଖା ଦେଇଥିଲା। ଗତ ମାସରେ ଡିଜିସିଏର ଅଧିକାରୀ ଦଳ ଏହି ବିମାନବନ୍ଦର ପରିଦର୍ଶନ କରିଥିଲେ। ଏହାପରେ ଅଗଷ୍ଟ ୭ରେ ଡିଜିସିଏ ପକ୍ଷରୁ ଲାଇସେନ୍ସ ପ୍ରଦାନ କରାଯାଇଥିଲା।
Powered by Froala Editor