ଘୂର୍ଣ୍ଣିବଳୟ: ସେପ୍ଟେମ୍ବର ପ୍ରଥମ ସପ୍ତାହରେ ବର୍ଷା

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ବଡ଼ ବର୍ଷା ସମ୍ଭାବନା ନାହିଁ । ୨୬ ତାରିଖ ପରେ ବର୍ଷା କମିଯିବ । କାଁ ଭାଁ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସମ୍ଭାବନା ଅଛି । ଏହା ପ୍ରଭାବରେ ବଡ଼ ବର୍ଷା ହେବା ନେଇ ମଧ୍ୟ ସନ୍ଦେହ ରହିଛି । ଏହାର ଅବସ୍ଥିତି ଓ ତୀବ୍ରତା ଉପରେ ବର୍ଷା ନିର୍ଭର କରୁଛି । ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଘନୀଭୂତ ହେଲେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ବର୍ଷା ବଢ଼ିପାରେ।
ଆଗାମୀ ଦୁଇ ସପ୍ତାହ ପର୍ୟ୍ୟନ୍ତ ପାଣିପାଗ ବିଭାଗ ନୂଆ ଆକଳନ ଜାରି କରିଛି । ଏହି ଆକଳନ ଅନୁସାରେ ଚଳିତ ମାସ ଶେଷ ସୁଦ୍ଧା ଆଉ କୌଣସି ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ନାହିଁ । ତେବେ ଆସନ୍ତା ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହରେ (୨/୩ ତାରିଖବେଳକୁ) ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହା ଘନୀଭୂତ ହେବା ସମ୍ଭାବନା କମ୍ ।
ଏହି ଆକଳନରେ କୁହାଯାଇଛି, ଆସନ୍ତା ୩୦ ତାରିଖ ଭିତରେ ପୂର୍ବ ଭାରତରେ ସ୍ୱାଭାବିକ ପାଖାପାଖି ବର୍ଷା ହୋଇପାରେ । ୨୬ ତାରିଖ ଭିତରେ ଓଡ଼ିଶାର କେତେକ ଜାଗାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ଏହା ପରେ ଆଉ ବଡ଼ ବର୍ଷା ସମ୍ଭାବନା ନାହିଁ । ସେପ୍ଟେମ୍ବର ୧ରୁ ୬ ତାରିଖ ଭିତରେ ପୂର୍ବ ଭାରତରେ ଭଲ ବର୍ଷା ହେବ । ଓଡ଼ିଶାରେ ବି ବର୍ଷା ଭଲ ରହିପାରେ ।
Powered by Froala Editor