ପାଉଁରୁଟି ଆଣିବାକୁ ଯାଇ ତୀର ମାଡ଼ର ଶିକାର ହେଲେ ଯୁବକ

ବୁଢୀ ମା’ ପାଇଁ ପଉଁରୁଟି ଆଣିବାକୁ ବଜାରକୁ ଆସିଥିବା ସମୟରେ ତୀର ମାଡର ଶିକାର ହୋଇ ନାତୀ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ନାତୀଙ୍କୁ ପ୍ରଥମେ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ସ୍ଥାନାନ୍ତର କରାଯାଇଛି । ଏଭଳି ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଗୟଳମୁଣ୍ଡା ଅଂଚଳରେ ଦେଖିବାକୁ ମିଳିଛି ।
ଗ୍ରାମର ବିଶ୍ୱମ୍ବର ସେଠୀ ବାଇକ୍ ଯୋଗେ ବୁଢୀ ମାଆ ପାଇଁ ଦୋକାନକୁ ପାଉରୁଟି ଆଣବାକୁ ଆସିଥିଲେ । ସେହି ସମୟରେ ମଦ୍ୟପ ଅବସ୍ଥାରେ କାଳିଆ କୋହ୍ଲ ନାମକ ଜଣେ ବ୍ୟକ୍ତି ବିଶ୍ୱମ୍ବରଙ୍କ ସାଙ୍ଗରେ ଝଗଡା କରିଥିଲେ । କାଳିଆ ଅତ୍ୟଧିକ ରାଗି ଯାଇ ବିଶ୍ୱମ୍ବରଙ୍କ ଛାତିକୁ ତୀର ବିନ୍ଧି ଦେଇଥିଲେ । ଲୋକଙ୍କ ଠାରୁ ସୂଚନା ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଂଚି ବିଶ୍ୱମ୍ବରଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
Powered by Froala Editor