ସରିଗଲା ରାତି ଅଧିଆ ପ୍ରେମ, ବିବାହିତ ମହିଳାଙ୍କ ପାଖକୁ ଆସି ଧରାପଡ଼ିଲା ପ୍ରେମିକ

ଲୁଚିଛପି ଚାଲିଥିଲା ପ୍ରେମ । ରାତିର ଅନ୍ଧକାରରେ ବଢି ଚାଲିଥିଲା ଅନୈତିକ ସମ୍ପର୍କ । ହେଲେ ଚୋର ପାଇଁ ସବୁରାତି ସମାନ ହେଲାନି । ଧରାପଡିଗଲା ଚୋରା ପୀରତି । ରାତି ଅଧିଆ ବିବାହିତ ସ୍ତ୍ରୀକୁ ଭେଟିବାକୁ ଆସି ବନ୍ଧା ହେଲେ ଯୁବକ । ବଲାଙ୍ଗୀର ଲୋଇସିଂହା ଥାନା ଅନ୍ତର୍ଗତ ବେନ୍ଦ୍ରା ଗାଁର ଯୋଗେଶ୍ୱର ସୁନାଙ୍କ ଘରେ ଏଭଳି ହୋଇଛି ।
ଯୋଗେଶ୍ୱରଙ୍କ ଘରେ ତାଙ୍କ ସ୍ତ୍ରୀ ଓ ଦେଢ଼ବର୍ଷର ଶିଶୁଥିବା ବେଳେ ରାତିରେ ପାଖ ଗାଁର ଚିନ୍ମୟ ମହାକୁର ନାମକ ଜଣେ ଯୁବକ ଘରକୁ ଆସିଥିଲା । ଏନେଇ ତାଙ୍କ ପରିବାର ଲୋକ ଓ କିଛି ଗ୍ରାମବାସୀ ଖଵର ପାଇ ଶିଶୁକୁ ବାହାରକୁ ଆଣି ଉଭୟଙ୍କୁ ତାଲା ପକାଇ ଦେଇଥିଲେ । ପୋଲିସ ପହଁଚିବା ପରେ ଲୋକେ ନା କବାଟ ଖୋଲିଥିଲେ, ନା ପୋଲିସକୁ ଖୋଲିବାକୁ ଦେଇଥିଲେ । ଶେଷରେ ପୋଲିସକୁ ଗାଳିଗୁଲଜ କରିବା ସହ ଧମକ ଦେଇଥିଲେ । ଏନେଇ ପୋଲିସ ଫୋର୍ସ ମଗାଇ ସକାଳ ୧୧ ଟା ପରେ ଉଭୟଙ୍କୁ ବାହାର କରିବାରେ ସଫଳ ହୋଇଥିଲା । ମହିଳା ଓ ଯୁବକଙ୍କୁ ନେବା ସମୟରେ ପୋଲିସ ଉପରକୁ ପଥର ମାଡ଼ ମଧ୍ୟ ହୋଇଥିଲା । ତେବେ ଏ ଘଟଣାର ସତ୍ୟତା ପାଇଁ ଉଭୟଙ୍କୁ ପଚରାଉଚରା କରାଯାଉଛି ।
Powered by Froala Editor