ନିଲାମ ହେବ ‘ସନି ଭିଲା’
ନିଲାମ ହୋଇଯିବ ସନି ଦେଓଲଙ୍କ ମୁମ୍ବାଇରେ ଥିବା ଘର । ବ୍ୟାଙ୍କ ଋଣରେ ଖିଲାପି ଯୋଗୁଁ ଘର ନିଲାମ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ଖବର ମିଳିଛି କି ମୁମ୍ବାଇରେ ଥିବା ସନିଙ୍କ ଘର ନିଲାମ ହୋଇଯିବ। କାରଣ ସନି ବ୍ୟାଙ୍କରୁ ମୋଟ ଅଙ୍କର ଋଣ ନେଇଥିଲେ। ଯାହାର ମୂଲ୍ୟ ୫୬କୋଟି ଟଙ୍କା ପାଖାପାଖି ହେବ ବୋଲି କୁହାଯାଉଛି। ତେବେ ଏହି ଋଣକୁ ଶୁଝିବା ପାଇଁ ଏକ ତାରିଖ ଧାର୍ଯ୍ୟ ହୋଇଥିଲା। ଏହି ଧାର୍ଯ୍ୟ ତାରିଖ ମଧ୍ୟରେ ସନି ଋଣ ସୁଝି ପାରିଲେନାହିଁ। ତେଣୁ ଉକ୍ତ ଋଣର ଭରଣ ପାଇଁ ବ୍ୟାଙ୍କ ଅଫ ବରୋଦା ସନିଙ୍କ ମୁମ୍ବାଇରେ ଥିବା ଏକ ଘରକୁ ନିଲାମ କରିବାକୁ ବିଜ୍ଞପ୍ତି ଜାରି କରିଛି।
ବିଜ୍ଞପ୍ତିରେ ବ୍ୟାଙ୍କ ଅଫ ବରୋଦା ଉଲ୍ଲେଖ କରିଛି କି, ସନିଙ୍କ ‘ସନି ଭିଲା’ ଘର ନିଲାମ ହେବ। ଏହି ନିଲାମ ତାରିଖ ସପ୍ଟେମ୍ବର ୨୫ ଧାର୍ଯ୍ୟ କରାଯାଇଛି। ନିଲାମ ପାଇଁ ସମ୍ପତ୍ତିର ରିଜର୍ଭ ପ୍ରାଇସ ୫୧.୪୩ କୋଟି ଟଙ୍କା ରଖାଯାଇଛି।
ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସନିଙ୍କ ଗଦର-୨ ଫିଲ୍ମ ଦମାକାଦାର ରୋଜଗାର କରୁଛି । ଓପନିଂରୁ ଏଯାଏ ସବୁଠି ଭଲ ରେସପନ୍ସ ମିଳୁଛି । ହେଲେ ସନିଙ୍କ ପର୍ସନାଲ ଲାଇପରେ କିଛି ଠିକ ଚାଲିନାହିଁ । ଋଣ ଖିଲାପି ଯୋଗୁଁ ତାଙ୍କ ହାତରୁ ମୁମ୍ବାଇ ଘର ଚାଲିଯିବ ବୋଲି ସୂଚନା ମିଳିଛି ।
Powered by Froala Editor