୫-ଟି ସଚିବଙ୍କୁ କାଳିମାଡ ଘଟଣା: ସ୍ୱାମୀ ଯାହା କରିଛନ୍ତି ଠିକ୍ କରିଛନ୍ତି କହିଲେ ସ୍ତ୍ରୀ ପ୍ରିୟଙ୍କା

ଭୁବନେଶ୍ୱର: ସତ୍ୟବାଦୀରେ ୫-ଟି ସଚିବଙ୍କୁ କାଳିମାଡ ହେବା ପରେ କାଳିମାଡ କରିଥିବା ବ୍ୟକ୍ତି ଭାସ୍କର ସାହୁଙ୍କ ପତ୍ନୀ ପ୍ରିୟଙ୍କା ମାନସିଂହ କହିଛନ୍ତି, ତାଙ୍କ ସ୍ୱାମୀ ଯାହା କରିଛନ୍ତି ଠିକ୍ କରିଛନ୍ତି । ତାଙ୍କ କାମକୁ ସେ ପୂରାପୂରି ସମର୍ଥନ କରୁଛନ୍ତି । ଏଥିସହିତ ତାଙ୍କ ସ୍ୱାମୀ ସବୁବେଳେ ଲୋକଙ୍କ ସମସ୍ୟା କଥା ଉଠେଇଥାନ୍ତି ବୋଲି ସୂଚନା ଦେଇଛନ୍ତି ଭାସ୍କରଙ୍କ ପତ୍ନୀ ।
ଖାଲି ସେତିକି ନୁହେଁ, ତାଙ୍କ ସ୍ୱାମୀ କୌଣସି ରାଜନୈତିକ ଦଳରେ ନାହାଁନ୍ତି । କିମ୍ବା କୌଣସି ରାଜନୈତିକ ଦଳକୁ ସମର୍ଥନ କରନ୍ତି ନାହିଁ । ସେ ଜଣେ ଏଲଆଇସି ଏଜେଣ୍ଟ ଭାବେ କାମ କରୁଥିବାବେଳେ, ସାମାଜିକ କାମରେ ମଧ୍ୟ ଲିପ୍ତ ରହିଥାନ୍ତି ବୋଲି ତାଙ୍କ ପତ୍ନୀ ସୂଚନା ଦେଇଛନ୍ତି । ଏମିତି କି ଅନେକ ଥର ଲୋକଙ୍କ ସୁବିଧା, ଅସୁବିଧା ନେଇ ସେ ନେତା ମନ୍ତ୍ରୀଙ୍କ ପାଖକୁ ଯାଇଥାନ୍ତି । ହେଲେ ସେଠାରୁ ନିରାଶ ହେବା ପରେ ସେ ଆଜି ଏପରି କାମ କରିଥିବା କହିଛନ୍ତି ଭାସ୍କରଙ୍କ ପତ୍ନୀ ।
“ଆଜିର ଦିନରେ ସରକାର ଶହେ ଟଙ୍କା ଦେଲେ, ଲୋକଙ୍କୁ ୧ ଟଙ୍କା ମିଳୁଛି । ସରକାର ଦେଉଥିବା ଟଙ୍କା ବାଟମାରଣା ହେଉଛି । ମୋତେ ଆଜି ଗର୍ବ ଲାଗୁଛି, ଆଉ ମୋ ସ୍ୱାମୀଙ୍କ କାମକୁ ମୁଁ ପୂରା ସମର୍ଥନ କରୁଛି”, କହିଛନ୍ତି ଭାସ୍କରଙ୍କ ପତ୍ନୀ ପ୍ରିୟଙ୍କା ମାନସିଂହ ।
ସୂଚନାଯୋଗ୍ୟ ଯେ, ସତ୍ୟବାଦୀ ଉକ୍ରଳମଣୀ ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ଆୟୋଜିତ କାର୍ୟ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ସମୟରେ ଆଜି ଭି.କେ. ପାଣ୍ଡିଆନଙ୍କ ଉପରେ କାଳିମାଡ ହେଇଥିଲା । କଣାସ ଅଞ୍ଚଳର ଭାସ୍କର ସାହୁ ପାଣ୍ଡିଆନଙ୍କୁ କାଳିମାଡ କରିଥିଲେ ।
Powered by Froala Editor