ସ୍ବାମୀର ଗୁଳିମାଡ଼ରେ ସ୍ତ୍ରୀର ପ୍ରେମିକ ଗୁରୁତର
ବୁର୍ଲା : ଛାଡପତ୍ର ଦେବା ସତ୍ତ୍ଵେ ସ୍ତ୍ରୀର ପ୍ରେମିକକୁ ଗୁଳିମାଡ଼ କଲା ସ୍ବାମୀ। ପ୍ରେମିକ ଗୁରୁତର। ସମ୍ବଲପୁର ଜିଲ୍ଲା ଚାରମାଲ ଥାନା ବଡନୂଆପଡା ନିକଟସ୍ଥ ଖେତିନାଳୀ ଗାଁରେ ଏଭଳି ଘଟଣା ଘଟିଛି। ପ୍ରେମିକକୁ ଗୁରୁତର ଅବସ୍ଥାରେ ଭୀମସାରରେ ଭର୍ତ୍ତି କରାଯାଇଛି।
ସୂଚନା ମୁତାବକ ଝାଙ୍କରପଡା ଗାଁର ସ୍ବାଧୀନ ପ୍ରଧାନ ତାଙ୍କ ସ୍ତ୍ରୀକୁ ବିବାହର ୧୦ ବର୍ଷ ପରେ ଗତ ବର୍ଷ ଛାଡପତ୍ର ଦେଇଥିଲେ। ଛାଡପତ୍ର ପରେ ସ୍ତ୍ରୀ ଖେତିନାଳୀ ଗାଁର ପଙ୍କଜ ଦେହୁରୀ ସାଙ୍ଗରେ ରହି ଆସୁଥିଲେ। ତେବେ ପଙ୍କଜଙ୍କ ସହ ଛାଡପତ୍ର ପୂର୍ବରୁ ସମ୍ପର୍କ ଥିବା ସନ୍ଦେହରେ ସ୍ବାଧୀନ ଛାଡପତ୍ର ହୋଇଥିଲା। ଗତକାଲି ବିଳମ୍ବିତ ରାତ୍ରିରେ ନିଶାଶକ୍ତ ଅବସ୍ଥାରେ ସ୍ବାଧୀନ ଖେତିନାଳୀ ଯାଇ ଫଙ୍କଜ ଦେହୁରୀଙ୍କୁ ଗୁଳି କରିଥିଲା। ଫଳରେ ପଙ୍କଜ ଗୁରୁତର ହୋଇ ଭୀମସାରର ଭର୍ତ୍ତି ହୋଇଛନ୍ତି। ବିଳମ୍ବିତ ରାତ୍ରିରେ ଏହି ଘଟଣା ଘଟିଥିବାବେଳେ ପୋଲିସ ଛାନଭିନ ଆରମ୍ଭ କରିଛି।
Powered by Froala Editor