ନୃଶଂସ ମା: ମାସକର ଶିଶୁ ପୁତ୍ରକୁ ଟାଙ୍ଗିଆରେ ହାଣିଲା

କେନ୍ଦୁଝର : ମାସକର ଶିଶୁ ପୁତ୍ରକୁ ନୃଶଂସ ହତ୍ୟା । ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଛି ଜନ୍ମକଲା ମାଆ । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ବିମଳା ପଞ୍ଚାୟତ ଅନ୍ତର୍ଗତ ନମକାନି ଜୁଆଙ୍ଗ ସାହିରେ ଅଭାବନୀୟ ଘଟଣା ଘଟିଛି । ମାନସିକ ବିକାରଗ୍ରସ୍ତ ମାଆ ତା’ର ଜନ୍ମକଲା ଶିଶୁ ପୁତ୍ରକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶିଶୁର ମୃତଦେହ ଜବଦ କରିବା ସହିତ ହତ୍ୟାକାରୀ ମା’କୁ ଗିରଫ କରିଛି । ଗିରଫ ଜଣକ ହେଲେ ଗୁରୁ ଜୁଆଙ୍ଗଙ୍କ ସ୍ତ୍ରୀ ଲକ୍ଷ୍ମୀ ଜୁଆଙ୍ଗ ।
ଗୁରୁ ଜୁଆଙ୍ଗ ଘର ଭିତରେ ଶୋଇଥିଲା ବେଳେ ହଠାତ କଅଁଳା ଛୁଆର ଶବ୍ଦ ଶୁଣି ବାହାରକୁ ଆସିଥିଲେ । ଦେଖିଲା ବେଳକୁ କଅଁଳା ଶିଶୁକୁ ତା ସ୍ତ୍ରୀ ଏକ ଟାଙ୍ଗିଆରେ ହାଣି ହତ୍ୟା କରିଛି । ୪ ବର୍ଷ ପୂର୍ବେ ଲକ୍ଷ୍ମୀ ତା’ର ପ୍ରଥମ ସନ୍ତାନ ଭାବେ ବର୍ଷକର ଝିଅକୁ ପାଣିରେ ବୁଡାଇ ମାରି ଦେଇଥିଲା । ସେହି ଅପରାଧରେ ଜେଲ ମଧ୍ୟ ଯାଇଥିବା ଜଣାପଡିଛି । ତେବେ ଦ୍ୱିତୀୟ ସନ୍ତାନର ମୁଣ୍ଡରେ ସିନ୍ଦୂର ଲଗାଇ ଟାଙ୍ଗିଆରେ ଗଣ୍ଡିରୁ ମୁଣ୍ଡକୁ ଅଲଗା କରିଦେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି । ପୁଲିସ ଓ ସାଇଣ୍ଟିଫିକ ଟିମର ତଦନ୍ତ ପରେ ଘଟଣା ସମ୍ପର୍କରେ ଅଧିକ ଜଣାପଡିବ ।
Powered by Froala Editor