ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ନିର୍ମଳା ସୀତାରମଣ

ଭୁବନେଶ୍ୱର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ୧୬ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ୟ୍ୟକ୍ରମ ରହିଛି । ସେ ଭୁବନେଶ୍ୱରରେ ହେବାକୁ ଥିବା ୩ଦିନିଆ ଜାତୀୟ ଚାଟାର୍ଡ ଆକାଉଣ୍ଟାଣ୍ଟ ସମ୍ମିଳନୀକୁ ଉଦଘାଟନ କରିବାର କାର୍ୟ୍ୟକ୍ରମ ରହିଛି ।
ଶ୍ରୀମତୀ ସୀତାରମଣ ୧୬ତାରିଖରେ ଭୁବନେଶ୍ୱରରେ ପହଂଚି ବିଜେପିର ଦଳୀୟ କାର୍ୟ୍ୟକ୍ରମରେ ଯୋଗ ଦେବେ । ଏହାପରେ ସେ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବେ । ୧୭ତାରିଖ ପୂର୍ବାହ୍ନରେ ଭୁବନେଶ୍ୱରରେ ଜାତୀୟ ଚାଟାର୍ଡ ଆକାଉଣ୍ଟାଣ୍ଟ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିବେ।କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି କାର୍ୟ୍ୟକ୍ରମରେ ଉପସ୍ଥିତ ରହିବେ । କାର୍ୟ୍ୟକ୍ରମରେ ସମଗ୍ର ଦେଶରୁ ପ୍ରାୟ ୧୫୦୦ଜଣ ଚାଟାର୍ଡ ଆକାଉଣ୍ଟଣ୍ଟ ଯୋଗଦେବ।
ଏହି ସମ୍ମିଳନୀ ଅଗଷ୍ଟ ୧୭ରୁ ୧୯ତାରିଖ ପର୍ୟ୍ୟନ୍ତ ଚାଲିବ ।
Powered by Froala Editor