ଏମ୍ସରେ ସାଂସଦ ସୁରେଶ ପୂଜାରୀ

ବରଗଡ଼: ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କୁ ଦିଲ୍ଲୀ ଏମ୍ସର ହୃଦ୍ରୋଗ ବିଭାଗରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଅସ୍ତ୍ରୋପଚାର କରାଯାଇ ୪ଟି ଷ୍ଟେଣ୍ଟ୍ ଲଗାଯାଇଛି । ଅପରେସନ ପରେ ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି ।
ସୂଚନାଯୋଗ୍ୟ, ସଂସଦର ମୌସୁମୀ ଅଧିବେଶନରେ ଅଂଶଗ୍ରହଣ କରୁଥିବା ବେଳେ ଶନିବାର ଅଶ୍ୱସ୍ତି ଅନୁଭବ କରି ସାଂସଦ ଶ୍ରୀ ପୂଜାରୀ ଏମ୍ସକୁ ଚେକଅପ୍ ପାଇଁ ଯାଇଥିଲେ । ପ୍ରାରମ୍ଭିକ ଯାଞ୍ଚରୁ ତାଙ୍କର ହୃତ୍ପିଣ୍ଡରେ ୪ଟି ବ୍ଲକେଜ୍ ଥିବା ଜଣାପଡ଼ିବା ପରେ ଡାକ୍ତର ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦେଇଥିଲେ । ସୋମବାର ତାଙ୍କର ଅସ୍ତ୍ରୋପଚାର କରାଯାଇ ହୃତ୍ପିଣ୍ଡରେ ୪ଟି ଷ୍ଟେଣ୍ଟ୍ ଲଗାଯାଇଛି । ହସ୍ପିଟାଲରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଥିବା ବେଳେ ମଙ୍ଗଳବାର ଆଇସିୟୁରୁ ୱାର୍ଡକୁ ସ୍ଥାନାନ୍ତର ହେବେ ।
Powered by Froala Editor