ନିଟ୍ ପାସ୍ କରିପାରିଲାନି ବୋଲି ଆତ୍ମହତ୍ୟା କଲା ପୁଅ, ପୁଅର ମୃତ୍ୟୁ ଖବର ପରେ ବାପା ବି ଝୁଲିପଡ଼ିଲା

ତାମିଲନାଡୁର ଚେନ୍ନାଇରେ ଏକ ଅଭାବନୀୟ ଘଟଣା ଘଟିଛି। ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ନ ହେବାରୁ ଜଣେ ୧୯ ବର୍ଷୀୟ ଯୁବକ ଆତ୍ମହତ୍ୟା କରିବାର ଗୋଟିଏ ଦିନ ପରେ ପିତା ମଧ୍ୟ ଆତ୍ମହତ୍ୟା କରିଛନ୍ତି। ବାପପୁଅଙ୍କ ଏପରି ମୃତ୍ୟୁକୁ ପରିବାର ଲୋକେ ସହଜେ ଗ୍ରହଣ କରି ପାରୁ ନାହାନ୍ତି।
ସୂଚନାନୁସାରେ, ମୃତ ଛାତ୍ରଙ୍କ ନାଁ ଜଗାଦିଶ୍ୱରନ। ସେ ଜଣେ ମେଧାବୀ ଛାତ୍ର ଥିଲେ। ଦ୍ୱାଦଶ ପରୀକ୍ଷାରେ ୪୨୭ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିଲେ। ଚେନ୍ନାଇରେ ନିଟ୍ ପାଇଁ ପ୍ରସ୍ତୁତି ଚଳାଇଥିଲେ। ଜଗାଦିଶ୍ୱରନ ପରେ ଦୁଇଟି ପ୍ରୟାସରେ ନିଟ୍ ଏଣ୍ଟ୍ରାନ୍ସରେ ଫେଲ୍ ହୋଇଥିଲେ। ଏଥିରେ ସେ ଭାଙ୍ଗିପଡିଥିଲେ ଯେ ଘରେ ଆତ୍ମହତ୍ୟା କରିଦେଇଥିଲେ। ତ ଶନିବାର ସେ ପରିବାର ଲୋକଙ୍କ ଫୋନ ଉଠାଇ ନଥିଲେ। ସେ ନିଜ ରୁମ୍ରେ ଆତ୍ମହତ୍ୟା କରିଥିଲେ। ତାଙ୍କ ସହପାଠୀମାନେ ଏ ସଂପର୍କରେ ସୂଚନା ଦେଇଥିଲେ। ଜଗାଦିଶ୍ୱରନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା।
ଜଗାଦିଶ୍ୱରନଙ୍କ ମୃତ୍ୟୁ ତାଙ୍କ ବାପାଙ୍କୁ ଶକ୍ତ ଧକ୍କା ଦେଇଥିଲା। ସେ ଏହାକୁ ସହଜେ ଗ୍ରହଣ କରି ପାରି ନ ଥିଲେ । ରବିବାର ସକାଳେ ଘରୁ ମିଳିଥିଲା ତାଙ୍କ ଝୁଲନ୍ତା ମୃତଦେହ। ଏହି ଘଟଣାକୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ ଶୋକ ବ୍ୟକ୍ତ କରିଛନ୍ତି।
Powered by Froala Editor