ଆମ୍ବୁଲାନ୍ସ ଆସିଲାନି : ରାଜଭବନ ଆଗରେ ପ୍ରସବ କଲେ ମହିଳା, ସନ୍ତାନ ମୃତ
ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌସ୍ଥିତ ରାଜଭବନ ଗେଟ୍ ବାହାର ରାସ୍ତାରେ ଜଣେ ଗର୍ଭବତୀ ସନ୍ତାନ ଜନ୍ମ କରିଛନ୍ତି। ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ ହେବାରୁ ମହିଳା ଜଣକ ରାସ୍ତାରେ ହିଁ ସନ୍ତାନ ଜନ୍ମ ଦେଇଥିଲେ । ଏଥିଯୋଗୁ ରାଜ୍ୟର ସ୍ବାସ୍ଥ୍ୟସେବାକୁ ନେଇ ପ୍ରଶ୍ନ ଉଠିଛି।
ମହିଳା ଜଣକ ଗର୍ଭବତୀ ଥିଲେ। ସେ ଆମ୍ବୁଲାନ୍ସକୁ ଫୋନ କରିଥିଲେ । କିନ୍ତୁ ଆମ୍ବୁଲାନ୍ସ ଆସିଲାନି । ବାଧ୍ୟ ହୋଇ ମହିଳା ଏକ ରିକ୍ସାରେ ହସ୍ପିଟାଲ ଯାଉଥିଲେ । ତାଙ୍କୁ ରିକ୍ସାରେ ହସ୍ପିଟାଲ ନିଆଯାଉଥିବା ବେଳେ ରାଜଭବନର ୧୩ ନମ୍ବର ଗେଟ୍ ସମ୍ମୁଖ ରାସ୍ତା ପାର୍ଶ୍ୱରେ ଏକ ସନ୍ତାନ ଜନ୍ମ ଦେଇଥିଲେ। ସେଠାରୁ ବୀରାଙ୍ଗାନ ଝଲକରି ବାଈ ମହିଳା ଓ ଶିଶୁ ହସ୍ପିଟାଲକୁ ନେବାପରେ ଶିଶୁଟି ମୃତ ବୋଲି ଡାକ୍ତର କହିଥିଲେ। ପରେ ମୃତ ଶିଶୁକୁ ଲକ୍ଷ୍ନୌର ବୈକୁଣ୍ଠ ଧାମ୍ରେ ସମାଧି ଦିଆଯାଇଛି।
ଡାକ୍ତରୀ ସହାୟତାରେ ବିଳମ୍ବ ଯୋଗୁ ସାଧାରଣ ନାଗରିକ କିଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏହା ସ୍ପଷ୍ଟ ହୋଇଛି। ଘଟଣା ସମ୍ପର୍କରେ ଜାଣିବା ପରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ବ୍ରଜେଶ ପାଠକ ଏକାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
Powered by Froala Editor