ନୃଶଂସ ହୋଇଗଲେ ଡାକ୍ତର, କର୍ମଚାରୀ : ନର୍ସଙ୍କୁ ବଳାତ୍କାର ପରେ ମାରିଦେଲେ

ବିହାର ଏକ ଘରୋଇ ହସ୍ପିଟାଲର ଜଣେ ନର୍ସଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ଝିଅ ନିଖୋଜ ଥିବା ନେଇ ସେ ବହୁ ଖୋଜାଖୋଜି କରିଥିଲେ । କିନ୍ତୁ ଆମ୍ବୁଲାନ୍ସରୁ ତାଙ୍କର କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି । ଏନେଇ ମୃତ ଯୁବତୀଙ୍କ ମାଆ ଡାକ୍ତରଙ୍କ ସମେତ 5 ଜଣଙ୍କ ନାମରେ ଏତଲା ଦେଇଛନ୍ତି।
ପୀଡିତାଙ୍କ ମାଆଙ୍କ କହିବା ଅନୁଯାୟୀ, ତାଙ୍କ ଝିଅଙ୍କ ସ୍ୱାମୀଙ୍କର ମୃତ୍ୟୁ ପରେ 4 ବର୍ଷର ପୁଅକୁ ନେଇ ବାପଘରେ ରହୁଥିଲେ। ଏପରି ସ୍ଥିତି ଦେଖି ମନ୍ତୋଷ କୁମାର ନାମକ ଜଣେ ବ୍ୟକ୍ତି ତାଙ୍କୁ ଏକ ହସ୍ପିଟାଲରେ କାମ କରିବାକୁ କହିଥିଲେ। ମନ୍ତୋଷ ଡାକ୍ତର ଜୟପ୍ରକାଶ ଦାସଙ୍କ ସହ ମିଶି ଏକ ନର୍ସିଂହୋମ ପରିଚାଳନା କରୁଥିଲେ। ସେହି ହସ୍ପିଟାଲରେ ଝିଅକୁ କାମ କରିବାକୁ ଅଫର୍ ଦେଇଥିଲେ। ଘରେ ଆର୍ଥିକ ଆବଶ୍ୟକତା ଥିବାରୁ ସେ ହସ୍ପିଟାଲରେ କାମ କରିବାକୁ ଯାଇଥିଲା।
କିନ୍ତୁ ହସ୍ପିଟାଲ ଯିବା ପରେ ସେଠାରେ ତାଙ୍କୁ ହଇରାଣ କରାଯାଇଥିଲା । ଏବଂ ଅନ୍ୟ ଆପତ୍ତିଜନକ କାର୍ଯ୍ୟକଳାପ କରାଯାଉଥିଲା । ଏସବୁ ଦେଖି ସେ ହସ୍ପିଟାଲ ଯିବାକୁ ମନା କରିଦେଇଥିଲେ । କିଛି ଦିନ ପରେ ଜୟପ୍ରକାଶ ଏବଂ ମନ୍ତୋଶ କୁମାର ଘରକୁ ଆସି କ୍ଷମା ମାଗିଥିଲେ ଏବଂ ତାଙ୍କୁ କାମକୁ ପଠାନ୍ତୁ ବୋଲି କହିଥିଲେ।
ତାଙ୍କ ଝିଅ ଅଗଷ୍ଟ 8 ରେ ନର୍ସିଂହୋମକୁ ଯାଇ ଫେରି ନଥିଲେ। ବହୁ ଖୋଜାଖୋଜି କରିବା ପରେ ଏକ ଆମ୍ୱୁଲାନ୍ସରୁ ଝିଅର ମୃତଦେହ ଉଦ୍ଧାର ହୋଇଛି। ଏନେଇ ମୃତ ମହିଳାଙ୍କ ମାଆ ଡାକ୍ତର ସମେତ 5 ଜଣଙ୍କ ନାମରେ ଏତଲା ଦେଇଛନ୍ତି।
Powered by Froala Editor