ଦୁଃଖ କହିଲେ ରାଣୀ, ୫ ମାସରେ ଗର୍ଭପାତ ହୋଇଯାଇଥିଲା
ମା’ ହେବା ସୁଖଦ ଅନୁଭୂତି । ହେଲେ ଗର୍ଭବତୀ ହୋଇ ନିଜ ସନ୍ତାନକୁ ହରାଇବା କଷ୍ଟ ଭଗବାନ କାହାକୁ ନଦିଅନ୍ତୁ । ନିଜ ଦୁଃଖର ଦିନକୁ ମନେ ପକାଇ ଏଭଳି ଭାବବିହ୍ୱଳ ହୋଇପଡିଛନ୍ତି ଅଭିନେତ୍ରୀ ରାଣୀ ମୁଖାର୍ଜୀ ।
ରାଣୀ କହିଛନ୍ତି- "ମୁଁ ପ୍ରଥମ ଥର ପାଇଁ ମୋ ବ୍ୟକ୍ତିଗତ ଜୀବନ ବିଷୟରେ ସର୍ବସାଧାରଣରେ କହୁଛି। 'ମିସେଜ୍ ଚାଟାର୍ଜୀ ଭର୍ସେସ୍ ନରୱେ'ର ପ୍ରମୋଶନ ବେଳେ ମଧ୍ୟ ମୁଁ ମୋର ଯନ୍ତ୍ରଣା ପ୍ରକାଶ କରି ନାହିଁ। କାରଣ, ମୁଁ ଚାହୁଁ ନଥିଲି ଯେ ଲୋକମାନେ ମୋର ବ୍ୟକ୍ତିଗତ ଜୀବନକୁ ମୋ ଫିଲ୍ମ ସହିତ ଯୋଡନ୍ତୁ ।"
ସେ କହିଛନ୍ତି, "୨୦୨୦ରେ କରୋନା ସମୟରେ ମୁଁ ଗର୍ଭବତୀ ଥିଲି। ଆମେ ଦ୍ୱିତୀୟ ଥର ବାପାମାଆ ହେବାକୁ ଯାଉଥିଲୁ ଏବଂ ଆମେ ବହୁତ ଖୁସି ଥିଲୁ। କିନ୍ତୁ ଦୁର୍ଭାଗ୍ୟବଶତଃ ମୁଁ ମୋର ୫ ମାସର ଶିଶୁକୁ ହରାଇଥିଲି। ମୋର ଗର୍ଭପାତ ହୋଇଥିଲା।"
ପ୍ରକାଶ ଥାଉଯେ ରାଣୀ ମୁଖାର୍ଜୀଙ୍କ 'ମିସେଜ୍ ଚାଟାର୍ଜୀ ବନାମ ନରୱେ' ୨୩ ମାର୍ଚ୍ଚ ୨୦୨୩ରେ ରିଲିଜ୍ ହେବାର ଥିଲା , ଯାହା ଏକ ଭାରତୀୟ ପରିବାରର ପ୍ରକୃତ ଘଟଣା ଉପରେ ଆଧାରିତ । ଏହି ଫିଲ୍ମରେ ରାଣୀ ଜଣେ ମା' ଭୂମିକାରେ ଅଭିନୟ କରିଛନ୍ତି। ତାଙ୍କର ଦୁଇ ପିଲାଙ୍କୁ ଛଡ଼ାଇ ନେବାକୁ ଚେଷ୍ଟା କରାଯାଇଛି, ଯାହା ପାଇଁ ସେ ଲଢୁଛନ୍ତି।
Powered by Froala Editor