କାମଚଳା ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବେ ଅନୱର ଉଲ ହକ କକର

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବେ ସାଂସଦ ଅନୱର ଉଲ ହକ କକର। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଓ ବିରୋଧୀ ଦଳ ନେତା ରାଜା ରିୟାଜ ମିଳିତ ଭାବେ ଅନୱର କାମଚଳା ପ୍ରଧାନମନ୍ତ୍ରୀ ହେବା ପ୍ରସ୍ତାବରେ ରାଜି ହୋଇଛନ୍ତି।
ଅନୱର କମ ପରିଚିତ ରାଜନେତା। ସେ ଦକ୍ଷିଣପଶ୍ଚିମ ପ୍ରଦେଶ ବାଲୋଚିସ୍ତାନରୁ ପାକିସ୍ତାନ ସଂସଦକୁ ଯାଇଛନ୍ତି। ଏବେ ନୂଆ ସରକାର ଆସିବା ଯାଏ ସେ ପାକିସ୍ତାନର ପ୍ରଧାନମନ୍ତ୍ରୀ ପଦରେ ରହିବେ।
ପାକିସ୍ତାନର ସମ୍ବିଧାନର ନିୟମ ଅନୁସାରେ, ଗୋଟିଏ ନିରପେକ୍ଷ କାମଚଳା ସରକାର ଜାତୀୟ ନିର୍ବାଚନ ଉପରେ ନଜର ରଖିବ। ସେହିପରି ସଂସଦ ଭଙ୍ଗ ହେବାର ୯୦ ଦିନ ମଧ୍ୟରେ ଦେଶରେ ନିର୍ବାଚନ ହେବ। ଏହାର ଅର୍ଥ ନଭେମ୍ବର ପ୍ରଥମ ଭାଗରେ ପାକିସ୍ତାନ ନୂଆ ସରକାର ପାଇଁ ଭୋଟ ଦେବ।
Powered by Froala Editor