ବାହାନଗା ରେଳ ଦୁର୍ଘଟଣା:ସ୍ୱେଚ୍ଛାକୃତ ସ୍ୱେଚ୍ଛାସେବୀଙ୍କୁ କରାଯିବ ସମ୍ମାନିତ

ଭୁବନେଶ୍ୱର: ବାହାନଗା ରେଳ ଦୁର୍ଘଟଣା ସମୟରେ ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ବିଦ୍ୟାଳୟ ମ୍ୟାନେଜମେଣ୍ଟ କମିଟି, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳର ସଦସ୍ୟମାନେ ହାତ ବଢ଼ାଇଥିଲେ । ସେମାନଙ୍କର ସ୍ୱେଚ୍ଛାକୃତ ସେବା ମନୋଭାବକୁ ସମ୍ମାନିତ କରାଯିବ ।ରବିବାର ଅପରାହ୍ଣ ୫ଟାରେ ଲୋକସେବା ଭବନ ସମ୍ମେଳନ କକ୍ଷରେ ସେହି ମହାନ ସ୍ୱେଚ୍ଛାସେବୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ କରିବେ । ବାହାନଗା ହାଇସ୍କୁଲର ସ୍କୁଲ ମ୍ୟାନେଜମେଣ୍ଟ କମିଟି ସଦସ୍ୟା ଦୀପାଞ୍ଜଳି ସାହୁ ଓ ସେହି ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ପ୍ରମିଳା ସ୍ୱାଇଁଙ୍କ ସମେତ ୨୬ ଜଣଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ସୂଚନା ମିଳିଛି ।ସେହିପରି ରବିବାର ବିଶ୍ୱ ଅଙ୍ଗଦାନ ଦିବସ ଅବସରରେ ଅଙ୍ଗଦାନକାରୀ ମହାନ ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ମିଳିବ ସୂରଜ ପୁରସ୍କାର । ଲୋକସେବା ଭବନ ସମ୍ମେଳନ କକ୍ଷରେ ମୁଖ୍ୟମନ୍ତ୍ରୀ ସେହି ପରିବାରର ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରିବେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Powered by Froala Editor