ଅକ୍ଷୟ କୁମାରଙ୍କୁ ପିଟିବା ପାଇଁ ପୁରସ୍କାର ଘୋଷଣା କଲା ହିନ୍ଦୁ ପରିଷଦ

ନିକଟରେ ରିଲିଜ୍ ହୋଇଥିବା ଓଃ ମାଇ ଗଡ୍-୨(ଓଏମଜି-୨)କୁ ନେଇ ବିବାଦ ଉପୁଜିଛି । ଏଥିସହ ସିନେମାକୁ ବିରୋଧ କରି ଆଗ୍ରାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସେନ୍ସର ବୋର୍ଡ ଏବଂ କେନ୍ଦ୍ର ସରକାର ଏହି ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରାଯାଇଛି ।
ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଭାରତ ଘୋଷଣା କରିଛି ଯେ, ଅକ୍ଷୟ କୁମାରଙ୍କୁ ଯିଏ ଚାପୁଡ଼ା ମାରିବ କିମ୍ୱା ଛେପ ପକାଇବ ତାଙ୍କୁ 10 ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ। ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଭାରତ ସଭାପତି ଗୋବିନ୍ଦ ପରାଶର ଏହି ପୁରସ୍କାର ରାଶି ଘୋଷଣା କରିଛନ୍ତି। ଏଥିସହ ସିନେମାରେ ଭଗବାନ ଶିବଙ୍କୁ ଅସମ୍ମାନ କରାଯାଇଥିବା ଅଭିଯୋଗ କରିଛନ୍ତି।
ସେପଟେ ସାଧବୀ ରିତାମ୍ବର ମଧ୍ୟ କହିଛନ୍ତି, "ହିନ୍ଦୁ ଧର୍ମର ବିନମ୍ରତା ହିଁ ବଲିଉଡକୁ ବାରମ୍ବାର ଏପରି ଘୃଣ୍ୟ କାର୍ଯ୍ୟ କରିବାକୁ ସୁଯୋଗ ଦେଉଛି। ସେମାନେ ହିନ୍ଦୁ ଧର୍ମ ବ୍ୟତୀତ ଅନ୍ୟ କୌଣସି ଧର୍ମ ଉପରେ ମନ୍ତବ୍ୟ ଦେବାକୁ ଭୟ କରୁଛନ୍ତି।"
ନିକଟରେ ରିଲିଜ୍ ହୋଇଥିବା OMG2 ୨୦୧୨ରେ ରିଲିଜ୍ ହୋଇଥିବା OMGର ଏକ ସିକ୍ୱେଲ। ଉମେଶ ଶୁକ୍ଳା ଏହାର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଥିଲେ। ସେଥିରେ ମଧ୍ୟ ଅକ୍ଷୟ କୁମାର ଓ ପରେଶ ରାୱଲ ଅଭିନୟ କରିଥିଲେ।
Powered by Froala Editor