ଜୟାଙ୍କୁ ୬ ମାସ ଜେଲ୍ ଦଣ୍ଡାଦେଶ

ନୂଆଦିଲ୍ଲୀ: ଇଏସଆଇ ନିଗମ କରିଥିବା ଏକ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେଲେ ପ୍ରସିଦ୍ଧ ଅଭିନେତ୍ରୀ ତଥା ରାଜନେତ୍ରୀ ଜୟା ପ୍ରଦା। ଏହି ମାମଲାର ଶୁଣାଣି କରି ଅଦାଲତ ଜୟାଙ୍କୁ ୬ ମାସ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ୫ ହଜାର ଟଙ୍କା ଜରିମାନା ପକାଇଛନ୍ତି। ତାଙ୍କ ଥିଏଟରରେ କାର୍ୟ୍ୟ କରୁଥିବା କର୍ମଚାରୀଙ୍କୁ କର୍ମଚାରୀ ରାଜ୍ୟ ବୀମା (ଋଝଓ) ଟଙ୍କା ଦେଉନଥିବା ଅଭିଯୋଗର ଶୁଣାଣି କରି ଚେନ୍ନାଇର ଏକ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି।
ଜୟା ପ୍ରଦା ଏବଂ ତାଙ୍କ ଭାଇ ରାଜ ବାବୁ 'ଜୟା ପ୍ରଦା ସିନେ ଥିଏଟର'ର ପାର୍ଟନର୍ ଥିଲେ। ୧୯୯୧ (ନଭେମ୍ବର)ରୁ ୨୦୦୨ (ସେପ୍ଟେମ୍ବର) ପର୍ୟ୍ୟନ୍ତ ୮,୧୭,୭୯୪ ଟଙ୍କା ଦେବାରେ ବିଫଳ ହୋଇଥିବାରୁ ESI ନିଗମ ଜୟା ପ୍ରଦା ଏବଂ ତାଙ୍କ ଭାଇଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିଲା। ମାମଲାର ଶୁଣାଣି କରି ଇଗମୋରର ଦ୍ୱିତୀୟ ମହାନଗର ନିଗମ ମାଜିଷ୍ଟ୍ରେଟ୍ କୋର୍ଟ ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ଅଭିଯୋଗକାରୀଙ୍କୁ ଉପଯୁକ୍ତ ପରିମାଣର ଅର୍ଥ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଜୟା ପ୍ରଦା ହିନ୍ଦୀ ଏବଂ ତେଲୁଗୁ ଚଳଚ୍ଚିତ୍ର ଶିଳ୍ପରେ ଅନ୍ୟତମ ଲୋକପ୍ରିୟ ତଥା ପ୍ରଭାବଶାଳୀ ଅଭିନେତ୍ରୀ ପରେ, ସେ ଫିଲ୍ମ ଇଣ୍ଡଷ୍ଟ୍ରି ଛାଡି ୧୯୯୪ରେ ତେଲୁଗୁ ଦେଶମ ପାର୍ଟି (ଟିଡିପି) ରେ ଯୋଗ ଦେଇ ରାଜନୀତିରେ ପ୍ରବେଶ କରିଥିଲେ। ସେ ରାଜ୍ୟସଭା ସାଂସଦ ଏବଂ ପରେ ଲୋକସଭା ସାଂସଦ ହୋଇଥିଲେ। ସେ ୨୦୧୯ରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ।
Powered by Froala Editor