ବିଶୃଙ୍ଖଳା ଆଚରଣ ପାଇଁ ଲୋକ ସଭାରୁ ସସ୍ପେଣ୍ଡ ହେଲେ ଅଧୀର ରଞ୍ଜନ

କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଲୋକ ସଭାରୁ ଗୋଟିଏ ଦିନ ପାଇଁ ସସ୍ପେଣ୍ଡ ହୋଇଛନ୍ତି। ଯେପର୍ଯ୍ୟନ୍ତ ପ୍ରାଇଭେଲିଜ କମିଟିରେ ମାମଲା ବିଚାରାଧୀନ ଅଛି ସେ ଗୃହରୁ ନିଲମ୍ବିତ ରହିବେ। ସଂସଦର କାର୍ଯ୍ୟ ଚାଲିଥିବା ବେଳେ ସେ ବିଶୃଙ୍ଖଳା ଆଚରଣ କରିଥିଲେ। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଷଣ ଦେବା ବେଳେ ସେ ଏଥିରେ ହସ୍ତକ୍ଷେପ କରିଥିଲେ।
ଏଥିପାଇଁ ବିଜେପି ନେତା ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଗୋଟିଏ ସଂକଳ୍ପ ଆଣିଥିଲେ। ଏହାକୁ ସବୁ ସଦସ୍ୟ ସମର୍ଥନ କରିବାରୁ ଅଧୀର ରଞ୍ଜନ ଲୋକସଭାରୁ ନିଲମ୍ବିତ ହୋଇଛନ୍ତି।
ପ୍ରହ୍ଲାଦ ଯୋଶୀ ଗୃହରେ କହିଛନ୍ତି ଯେ, କଂଗ୍ରେସ ନେତାମାନେ ପ୍ରତ୍ୟେକ ଥର ଦେଶ ତଥା ସରକାରଙ୍କ ଭାବମୂର୍ତ୍ତିକୁ ଖରାପ କରିବାକୁ ଚେଷ୍ଟା କରୁଛନ୍ତି। ଆମେ ସେହି ସମୟରେ କ୍ଷମା ପାଇଁ ଦାବି କରିଥିଲୁ, କିନ୍ତୁ ସେ କ୍ଷମା ମାଗିନଥିଲେ। ତାଙ୍କ ବିରୋଧରେ ଏକ ପ୍ରସ୍ତାବ ଅଣାଯାଇଥିଲା ଯାହା ଗ୍ରହଣ କରାଯାଇଥିଲା। ବାଚସ୍ପତି କହିଛନ୍ତି ଯେ, ଅଧୀର ରଞ୍ଜନ ଚୌଧୁରୀଙ୍କ ଆଚରଣ ଗୃହରେ ଅନୁରୂପ ରହିଥିଲା। ସଂସଦର କାର୍ଯ୍ୟ ସମୟରେ ସେ ଦେଶର ଛବିକୁ ମଳିନ କରିବାକୁ ଚେଷ୍ଟା କରିଥିଲେ ବୋଲି ଉଲ୍ଲେଖ କରାଯାଇଛି।
Powered by Froala Editor