ପସନ୍ଦ ନ ଆସିଲେ ଦେଖନାହିଁ ନ୍ୟୁଜ୍ ଚ୍ୟାନେଲ

ନୂଆଦିଲ୍ଲୀ : ନ୍ୟୁଜ୍ ଚ୍ୟାନେଲଗୁଡିକର ‘ସମ୍ବେଦନଶୀଳ ରିପୋର୍ଟ’ ଯାଂଚ ଏବଂ ନିୟନ୍ତ୍ରଣରେ ରଖିବାପାଇଁ ସୁପ୍ରିମକୋର୍ଟର ପିଟିସନକୁ ମଙ୍ଗଳବାର ଖାରଜ କରିଛନ୍ତି । ଯେଉଁଥିରେ ଜଷ୍ଟିସ୍ ଅଭୟ ଏସ୍ ଓକା ଏବଂ ଜଷ୍ଟିସ୍ ସଞ୍ଜୟ କରୋଲଙ୍କ ଏହି ଖଣ୍ଡପୀଠ ର ଶୁଣାଣି କରିବାକୁ ମନା କରିଦେଇଛନ୍ତି । ସେ ଏହି ଖଣ୍ଡପୀଠରେ କହିଛନ୍ତି, ‘ତୁମକୁ ଏହି ଚ୍ୟାନେଲ୍ ଦେଖିବାକୁ କିଏ ବାଧ୍ୟ କରୁଛି ? ଯଦି କାହାକୁ ଏହି ଚ୍ୟାନେଲ୍ ପସନ୍ଦ ଆସୁନାହିଁ ତେବେ ସେମାନେ ଏହି ଚ୍ୟାନେଲ ନ ଦେଖନ୍ତୁ’ । କିଛିଦିନ ତଳେ ଦିଲ୍ଲୀର ଜଣେ ଆଇନଜୀବୀ ରିପକ କନ୍ସାଲ, ଫିଲ୍ମ ନିର୍ମାତା ନୀଲେସ ନଭଲେଖା, ସାମାଜିକ କର୍ମୀ ନୀତୀନ ମେମାନେ ସୁପ୍ରିମକୋର୍ଟରେ ଏହି ପିଟିସନ ଦାଖଲ କରିଥିଲେ । ଏକ ମିଡିଆ ଟ୍ରିବ୍ୟୁନାଲ ଗଠନ ସହ ନ୍ୟୁଜ ଚ୍ୟାନେଲଗୁଡିକର ‘ସମ୍ବେଦନଶୀଳ ରିପୋର୍ଟିଂ’ ଉପରେ ନଜର ରଖିବା ନିମନ୍ତେ ଏକ ନିୟନ୍ତ୍ରକ ଗଠନ କରିବା ପାଇଁ ଏଥିରେ ଦାବି ହୋଇଥିଲା । ଜଷ୍ଟିସ୍ ଓକା କହିଛନ୍ତି ଯଦି ଚ୍ୟାନେଲ୍ରେ କୌଣସି ଭୁଲ ଜିନିଷ ଦେଖାଯାଏ ତେବେ ତାହା ମଧ୍ୟ ଏକ ଧାରଣା ହୋଇଥାଏ । କ’ଣ ଅଭିବ୍ୟକ୍ତିର ସ୍ୱାଧୀନତା ନାହିଁ ? ସେହି ଚ୍ୟାନେଲ ଦେଖିବା ପାଇଁ ଟିଭି ବଟନ୍ ଦବାଇବାର ସ୍ୱାଧୀନତା ସମସ୍ତଙ୍କ ପାଖରେ ଅଛି ।
Powered by Froala Editor