ନନ୍ଦନବିହାରରେ ଅଗ୍ନିକାଣ୍ଡ, ତିନୋଟି ଘରର ସମସ୍ତ ଆସବାବପତ୍ର ନଷ୍ଟ

ଭୁବନେଶ୍ୱର: ଚନ୍ଦ୍ରଶେଖରପୁର ନନ୍ଦନବିହାରରେ ଅଗ୍ନିକାଣ୍ଡ । ନନ୍ଦନବିହାର ସ୍କାୟେଟେକ୍ ଇନ୍ଫୋସିଟି ଭିଲାରେ ଅଗ୍ନିକାଣ୍ଡ । ତିନିମହଲା ଉପରେ ଲାଗିଥିଲା ନିଆଁ । ତିନି ମହଲା ଉପରୁ ତିନିଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ ।
ସୂଚନା ଥାଉକି, ଅଗ୍ନିକାଣ୍ଡରେ ତିନୋଟି ଘରର ସମସ୍ତ ଆସବାବପତ୍ର ନଷ୍ଟ । ସର୍ଟ ସର୍କିଟ ଯୋଗୁଁ ଲାଗିଥିଲା ନିଆଁ । ସକାଳ ୬ଟା ବେଳେ ଲାଗିଥିଲା ନିଆଁ । ନିଆଁ ଲିଭାଇବା ପାଇଁ ଚନ୍ଦ୍ରଶେଖରପୁର ୩ ଦମକଳ ଗାଡ଼ି ନିୟୋଜିତ । ଅଗ୍ନିକାଣ୍ଡରେ ତିନି ଜଣଙ୍କୁ ରେସ୍କୁ କଲା ଅଗ୍ନିଶମ ବାହିନୀ । ଘଟଣାରେ ଦୁଇ ଦମକଳ ବାହିନୀ କର୍ମଚାରୀ ଆହତ ।
Powered by Froala Editor