ଇମ୍ରାନ୍ ଖାନ ୫ ବର୍ଷ ପାଇଁ ଅଯୋଗ୍ୟ ଘୋଷଣା

ଇସଲାମାବାଦ: ପାକିସ୍ତାନର ନିର୍ବାଚନ ଆୟୋଗ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ତାଙ୍କୁ ୫ ବର୍ଷ ପାଇଁ ଅଯୋଗ୍ୟ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ପାକିସ୍ତାନର ନିର୍ବାଚନ ଆୟୋଗ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଅଦାଲତର ୫ ଅଗଷ୍ଟ ୨୦୨୩ର ନିଷ୍ପତ୍ତିକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ଇମ୍ରାନ୍ ଖାନଙ୍କ ଉପରେ ଏହି କାର୍ୟ୍ୟାନୁଷ୍ଠାନ ନେଇଛନ୍ତି।
ପାକିସ୍ତାନର ନିର୍ବାଚନ ଅଧିନିୟମ,୨୦୧୭ର ଧାରା ୧୬୭ଅନୁଯାୟୀ ଇମ୍ରାନ୍ ଖାନ ଦୋଷୀ ସାବ୍ୟସ୍ତ ହୋଇଥିଲେ ଏବଂ ତାଙ୍କୁ ତିନି ବର୍ଷ ଦଣ୍ଡାଦେଶ କରାଯିବା ସହ ଏକ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଲାଗୁ କରାଯାଇଥିଲା। ନିର୍ବାଚନ ଆୟୋଗର ବିଜ୍ଞପ୍ତି ଅନୁଯାୟୀ ଇମ୍ରାନ୍ ଖାନଙ୍କୁ ପାକିସ୍ତାନର ସମ୍ବିଧାନର ଧାରା ୬୩(୧) (ଏଚ୍) ସହିତ ନିର୍ବାଚନ ଅଧିନିୟମ ୨୦୧୭ର ଧାରା ୨୩୨ ଅନୁଯାୟୀ ଅଯୋଗ୍ୟ କରାଯାଇଛି।
Powered by Froala Editor