ତୋଗଲକ ଲେନ୍କୁ ଫେରିବେ ରାହୁଲ !

ସାଂସଦ ପଦ ଫେରି ପାଇବାର ଦିନକ ପରେ ରାହୁଲ ଗାନ୍ଧିଙ୍କୁ ପୁଣିଥରେ ଦିଲ୍ଲୀ ସ୍ଥିତ ଯେଉଁ ସରକାରୀ ବଙ୍ଗଳାରେ ରହିବାକୁ ସରକାର ଅନୁମତି ଦେଇଛନ୍ତି। ତେବେ ରାହୁଲ ଗାନ୍ଧି ଏହା ଉପରେ କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ଏହି ପ୍ରସ୍ତାବକୁ ଗ୍ରହଣ କରିବା ପାଇଁ ତାଙ୍କୁ ୮ ଦିନର ସମୟ ଦିଆଯାଇଛି। ଏହି ସମୟସୀମା ମଧ୍ୟରେ ସେ ସରକାରୀ ବଙ୍ଗଳାରେ ରହିବେ କି ନାହିଁ, ତା’ର ନିଷ୍ପତ୍ତି ନେବେ। ସରକାରଙ୍କ ଏପରି ନିଷ୍ପତ୍ତି ପରେ ରାହୁଲ ଗାନ୍ଧି କହିଛନ୍ତି ଯେ “ପୂରା ଭାରତ ମୋ ଘର।”
ମୋଦି ସରନେମ ମାମଲାରେ ରାହୁଲ ଗାନ୍ଧିଙ୍କୁ ୨ ବର୍ଷ ଜେଲଦଣ୍ଡ ମିଳିବା ପରେ ତାଙ୍କ ସଦସ୍ୟତା ପଦ ରଦ୍ଦ ହୋଇଥିଲା। ଏହାପରେ ସେ ୧୨ ତୋଗଲକ ଲେନରେ ଥିବା ସରକାରୀ ବଙ୍ଗଳାକୁ ଖାଲି କରିବାକୁ ବାଧ୍ୟ ହୋଇଥିଲେ।
କିନ୍ତୁ ସୁପ୍ରିମକୋର୍ଟ ଶୁକ୍ରବାର ରାହୁଲଙ୍କ ଦଣ୍ଡାଦେଶ ଉପରେ ରୋକ ଲଗାଇଥିଲେ। ଏଥିପାଇଁ ସୋମବାର ସେ ତାଙ୍କ ଲୋକସଭା ସଦସ୍ୟତା ପଦ ଫେରି ପାଇଥିଲେ। ମଙ୍ଗଳବାର ଲୋକସଭା ହାଉସ କମିଟି ରାହୁଲ ଗାନ୍ଧିଙ୍କ ନାଁରେ ୧୨ ତୋଗଲକ ଲେନ ସ୍ଥିତ ବଙ୍ଗଳାକୁ ପୁଣି ଆବଣ୍ଟିତ କରିଛି।
Powered by Froala Editor