ଲୋକସଭାରେ ପାରିତ ହେଲା ଦିଲ୍ଲୀ ବିଲ୍

ନୂଆଦିଲ୍ଲୀ: ରାଜ୍ୟସଭାରେ ଦିଲ୍ଲୀ ସର୍ଭିସ ବିଲ୍କୁ ରୋକିବା ପାଇଁ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇଥିଲେ ହେଁ ଏହା ସଫଳ ହୋଇନି। ଅଣ ଏନଡିଏ ଦଳର ସମର୍ଥନରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ନ୍ୟାଶନାଲ କ୍ୟାପିଟାଲ ଟେରିଟୋରି ଅଫ ଦିଲ୍ଲୀ(ସଂଶୋଧିତ) ବିଲ୍ ୨୦୨୩କୁ ପାରିତ କରିବାକୁ ସକ୍ଷମ ହୋଇଛି।ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଅସୁସ୍ଥ ଥିଲେ ମଧ୍ୟ ଦିଲ୍ଲୀ ବିଲ୍ ବିପକ୍ଷରେ ଭୋଟ ଦେବାକୁ ରାଜ୍ୟସଭାକୁ ଆସିଥିଲେ। ସେ ହ୍ୱିଲ ଚେୟାରରେ ଆସି ଭୋଟ ଦେଇଥିଲେ ହେଁ ଏହା ବିଲ୍କୁ ମାତ ଦେବାକୁ ଯଥେଷ୍ଟ ହୋଇନାହିଁ।
ବିଲ୍ ସପକ୍ଷରେ ୧୩୧ ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ୧୦୨ ଭୋଟ ପଡ଼ିଛି। ଏହାର ଅର୍ଥ ୨୯ ଖଣ୍ଡ ଭୋଟରେ ବିରୋଧୀଙ୍କୁ ମାତ ଦେବାରେ ଏନଡିଏ ସରକାର ସମର୍ଥନ ହୋଇଛନ୍ତି। ଭୋଟିଂ ବେଳେ ବୈଷୟିକ ତ୍ରୁଟି ଦେଖାଯାଇଥିଲା। ତେଣୁ କାଗଜରେ ସାଂସଦମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ।
ଏହା ପୂର୍ବରୁ ଦିଲ୍ଲୀ ସର୍ଭିସ ବିଲ୍ ଲୋକସଭାରେ ପାରିତ ହୋଇଥିଲା। କେନ୍ଦ୍ର ସରକାର ପ୍ରବଳ ହଙ୍ଗାମା ଓ ନାରାବାଜୀ ଭିତରେ ଦିଲ୍ଲୀ ବିଲ୍କୁ ଲୋକସଭା ଭଳି ରାଜ୍ୟସଭାରେ ପାରିତ କରିବାରେ ସକ୍ଷମ ହୋଇଛନ୍ତି। ବିତର୍କ ପରେ ବିରୋଧୀ ଦଳଗୁଡ଼ିକ ଏହି ବିଲ୍କୁ ସଂସଦର ସିଲେକ୍ଟ କମିଟିକୁ ପଠାଇବାକୁ ଦାବି କରିଥିଲେ। କିନ୍ତୁ ରାଜ୍ୟସଭା ଅଧ୍ୟକ୍ଷ ବିରୋଧୀଙ୍କ ସବୁ ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଛନ୍ତି।
Powered by Froala Editor