ଦିଲ୍ଲୀ ଏମ୍ସ ଏଣ୍ଡୋସ୍କୋପି ବିଭାଗରେ ଅଗ୍ନିକାଣ୍ଡ
ଦିଲ୍ଲୀ ଏମ୍ସ ଦ୍ୱିତୀୟ ମହଲାରେ ଥିବା ଏଣ୍ଡୋସ୍କୋପି ବିଭାଗରେ ଅଗ୍ନିକାଣ୍ଡ ଘଟିଛି। ନିଆଁକୁ ଆୟତ୍ତ କରିବା ପାଇଁ୧୫ମଟି ଅଗ୍ନିଶମ ଗାଡ଼ି ନିୟୋଜିତ ହୋଇଛନ୍ତି। ନିଆଁର ପ୍ରକୋପ ଏତେ ଭୟଙ୍କର ରହିଛି ଯେ ଝରକା ଆଡ଼ୁ ନିଆଁ ଓ ଧୂଆଁ ବହୁ ଜୋରରେ ବାହାରୁଥିବା ଦେଖିବାକୁ ମିଳିଛି। ହେଲେ ଏଥିରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ।
ସୂଚନାଯୋଗ୍ୟ, ‘ଇମର୍ଜେନ୍ସି ୱାର୍ଡ’ରୁ ‘ଫାୟାର୍ କଲ୍’ ମିଳିବା ପରେ ଆଖପାଖରେ ଥିବା ସମସ୍ତ ରୋଗୀ ଓ କର୍ମଚାରୀଙ୍କୁ ନିରାପଦରେ ସ୍ଥାନାନ୍ତର କରାଯାଇଥିଲା।ଘଟଣା ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ଦିଲ୍ଲୀ ‘ଏମ୍ସ୍’ କହିଛି, ନିଆଁ ନିୟନ୍ତ୍ରଣ କରାଯାଇଛି। ପରିସ୍ଥିତିର ସମୀକ୍ଷା କରିବା ଲାଗି ‘ଏମ୍ସ୍’ର ନିର୍ଦେଶକ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ସର୍ଟ ସର୍କିଟରୁ ନିଆଁ ଲାଗିଲା ନା କେଉଁ କାରଣ ପାଇଁ ନିଆଁ ଲାଗିଲା ତାର କାରଣ ଜଣାପଡ଼ି ନାହିଁ। ସୂଚନାଯୋଗ୍ୟ, ୨୦୨୧ ମସିହାରେ ଦିଲ୍ଲୀ ଏମ୍ସରେ ଅଗିକାଣ୍ଡ ଘଟିଥିଲା।
Powered by Froala Editor