ସ୍ୱାମୀ ନେଲେ ଲାଞ୍ଚ, ନିଲମ୍ବିତ ହେଲେ ମେୟର ସ୍ତ୍ରୀ

ରାଜସ୍ଥାନ ସରକାର ‘ଜୟପୁର ହେରିଟେଜ୍ ମୁନିସ୍ପାଲ୍ କର୍ପୋରେସନ୍’ ମେୟର୍ ମୁନେଶ ଗୁର୍ଜର୍ଙ୍କୁ ନିଲମ୍ବନ କରିଛନ୍ତି। ଏଥିସହିତ ଗୁର୍ଜର୍ଙ୍କୁ ଜୟପୁରର ହେରିଟେଜ୍ କର୍ପୋରେସନ୍ର ୱାର୍ଡ ନମ୍ବର ୪୩ ଆସନରୁ ମଧ୍ୟ ନିଲମ୍ବନ କରାଯାଇଛି। ମେୟର୍ଙ୍କ ଉପସ୍ଥିତିରେ, ତାଙ୍କ ବାସଭବନରେ ତାଙ୍କ ସ୍ବାମୀ ଲାଞ୍ଚ ଗ୍ରହଣ କରୁଥିବା ଅବସ୍ଥାରେ ଧରାପଡ଼ିଥିବାରୁ ଏଥିରେ ମେୟର୍ ସମ୍ପୃକ୍ତ ଅଛନ୍ତି। ତାଙ୍କ ଘରୁ ମଧ୍ୟ ୪୦ ଲକ୍ଷ ନଗଦ ଟଙ୍କା ଉଦ୍ଧାର କରାଯାଇଛି।
ସୂଚନାଯୋଗ୍ୟ, ଖଣ୍ଡେ ଜମି ପାଇଁ ଆଗତ ‘ଲିଜ୍’ କରାଇବା ପାଇଁ ସହଯୋଗୀ ନାରାୟଣ ସିଂହ ଓ ଅନୀଲ ଦୁବେଙ୍କ ଜରିଆରେ ସୁଶୀଳ ଗୁର୍ଜର ୨ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ। ଅଭିଯୋଗ ଆଧାରରେ ଦୁର୍ନୀତି ନିବାରଣ ଅଧିକାରୀମାନେ କୌଶଳ କରି ସେମାନଙ୍କୁ ଗିରଫ କରିଥିଲେ। ସୁଶୀଳ ଗୁର୍ଜର୍ଙ୍କ ସହିତ ‘ଆଣ୍ଟି-କରପ୍ସନ୍ ବ୍ୟୁରୋ’ ଆଉ ୨ଜଣଙ୍କୁ ମଧ୍ୟ ଗିରଫ କରିଛି। ସେମାନଙ୍କୁ ୨ ଦିନ ଜେରା କରାଯିବ। ‘ପ୍ରିଭେନ୍ସନ୍ ଅଫ୍ କରପ୍ସନ୍ ଆକ୍ଟ୍’ ଅନୁଯାୟୀ ମାମଲା ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ କରାଯାଉଛି।
ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଭିଜିଲାନ୍ସ ମେୟରଙ୍କ ସ୍ୱାମୀଙ୍କୁ ଗିରଫ କରିଛି। ଏହାର ଅର୍ଥାତ ରାଜ୍ୟ ସରକାର ଦୁର୍ନୀତିକୁ ନେଇ ଶୂନ୍ୟସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି।
Powered by Froala Editor