ପ୍ଲାଷ୍ଟିକ ସର୍ଜରୀ ପାଇଁ ୧୧ ଲକ୍ଷରେ ଘର ବିକିଦେଲେ
ଦୂରାରୋଗ ହେଲେ ଲୋକେ ଘରବାଡି ବିକି ଦେଇଥାନ୍ତି । ନିଜର ମଣିଷକୁ ଭଲ କରିବାକୁ କିଛି ବି କରିଥାନ୍ତି । କିନ୍ତୁ ଏହି ମହିଳା ଜଣକ କେବଳ ପ୍ଲାଷ୍ଟିକ ସର୍ଜରୀ ପାଇଁ ଘର ବିକ୍ରି କରିଦେଇଛନ୍ତି । ଏରିଜୋନାର ବାସିନ୍ଦା ୫୦ ବର୍ଷୀୟା କେଲି ବେସ୍ଲି ତାଙ୍କ ପ୍ଲାଷ୍ଟିକ ସର୍ଜରି ପାଇଁ ୧୪ ହଜାର ଡଲାର ଅର୍ଥାତ୍ ୧୧ ଲକ୍ଷ ଟଙ୍କା ଯୋଗାଡ କରିବାକୁ ଯାଇ ତାଙ୍କ ୩ଟି ବେଡରୁମ୍ ଥିବା ଘର ବିକ୍ରି କରିଦେଇଛନ୍ତି। ତେବେ ସେ ପ୍ଲାଷ୍ଟିକ ସର୍ଜରିକୁ ନେଇ ଲୋକେ ଗର୍ବ କରନ୍ତୁ ବୋଲି ସେ କହିଛନ୍ତି।
କେଲି ସୁନ୍ଦର ଦେଖିବାକୁ ଚାହୁଁଥିଲେ। ଏହା ପୂର୍ବରୁ ସେ ୧୫ ବର୍ଷ ବୟସରୁ ହିଁ ଏକ ଇଞ୍ଜେକ୍ସନ ନେବା ଆରମ୍ଭ କରିଥିଲେ, ଯାହା ଫଳରେ ତାଙ୍କ ଚେହେରାର ସୁନ୍ଦରତା ବଜାୟ ରହିବ। ହେଲେ ସେଥିରେ ସେ ସନ୍ତୁଷ୍ଟ ନ ହେବାରୁ ପ୍ଲାଷ୍ଟିକ ସର୍ଜରି କରିବାକୁ ନିଷ୍ପତ୍ତି ନେଇଥିଲେ। ସେଥିପାଇଁ ସେ ତାଙ୍କ ଘର ବିକ୍ରି କରିବାକୁ ନିଷ୍ପତ୍ତି ନେଲେ। ପ୍ଲାଷ୍ଟିକ୍ ସର୍ଜରି କରିବା ପରେ ତାଙ୍କୁ ଏକ ସୁନ୍ଦର ଚେହେରା ମିଳିଗଲା।
Powered by Froala Editor