‘ଡିଏସ୍-ଏସ୍ଏଆର୍’ ସମେତ ସିଙ୍ଗାପୁରର ୭ଟି ସାଟେଲାଇଟ୍ ମହାକାଶକୁ ଉତ୍କ୍ଷେପଣ କଲା ଇସ୍ରୋ
ଶ୍ରୀହରିକୋଟା: ଇସ୍ରୋକୁ ଆଉ ଏକ ସଫଳତା । ଶ୍ରୀହରିକୋଟାସ୍ଥିତ ‘ସତୀଶ ଧୱନ୍ ସ୍ପେସ୍ ସେଣ୍ଟର୍’ରୁ ‘ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ’ (ଇସ୍ରୋ) ‘ପିଏସ୍ଏଲ୍ଭି-ସି୫୬’ ରକେଟ୍ ଯୋଗେ ଗୋଟିଏ ‘ଡିଏସ୍-ଏସ୍ଏଆର୍’ ସମେତ ସିଙ୍ଗାପୁରର ୭ଟି ସାଟେଲାଇଟ୍ ମହାକାଶକୁ ଉତ୍କ୍ଷେପଣ କରିଛି। ସକାଳ ୬.୩୦ରେ କରାଯାଇଥିବା ଏହି ଉତ୍କ୍ଷେପଣ ସଫଳ ହେବା ସହିତ ସାଟେଲାଇଟ୍ଗୁଡ଼ିକୁ ନିର୍ଦ୍ଧାରିତ କକ୍ଷପଥରେ ସ୍ଥାପନ କରାଯାଇଥିବା କଥା ‘ଇସ୍ରୋ’ କହିଛି। ଏହା ହେଉଛି ‘ପିଏସ୍ଏଲ୍ଭି’ର ୫୮ତମ ମହାକାଶ ଯାତ୍ରା।
ଏହି ସାଟେଲାଇଟ୍ ରାଡାର ମାଧ୍ୟମରେ ପୃଥିବୀର ବିଭିନ୍ନ ଛବି ଉତ୍ତୋଳନ କରିପାରିବ । ଉପରୋକ୍ତ ସାଟେଲାଇଟ୍ଗୁଡ଼ିକୁ ସିଙ୍ଗାପୁର ସରକାରଙ୍କର ବିଭିନ୍ନ ଏଜେନ୍ସିମାନଙ୍କର ଆବଶ୍ୟକତା ପୂରଣ କରିବ।
Powered by Froala Editor