ପ୍ରକୃତିର ଭୟାନକ ରୂପ : କ୍ୟାମେରାରେ କଏଦ ହେଲା ବାଦଲ ଫଟା ବର୍ଷା
ବର୍ଷା ଋତୁରେ ଅନେକବାର ପ୍ରକୃତିର ଭୟାନକ ରୂପେ ଦେଖିବାକୁ ମିଳିଥାଏ। ଏହି ଋତୁରେ ବଜ୍ରପାତ ଓ ବାଦଲ ଫାଟିବା ଭଳି ପ୍ରାକୃତିକ ବିପର୍ଯ୍ୟୟ ଦେଖିବାକୁ ମିଳିଥାଏ। ଏପରି ଏକ ବିରଳ ପ୍ରାକୃତିକ ଘଟଣାକୁ ଜଣେ ଫଟୋଗ୍ରାଫର ତାଙ୍କ କ୍ୟାମେରାରେ ସୁଟିଂ କରିଥିଲେ। ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଭାଇରାଲ ଭିଡିଓରେ ଏକ ହ୍ରଦ ଦେଖାଯାଉଛି। ଏହି ସମୟରେ ହ୍ରଦ ଉପରକୁ ବାଦଲ ଆସୁଛି ଓ ଅଚାନକ ଫାଟି ପଡୁଛି। ବାଦଲ ଫାଟିବା ମାତ୍ରେ ସେଥିରୁ ଅଚାନକ ଜଳସ୍ରୋତ ଛୁଟୁଛି। ଏହି ଭିଡିଓଟି ଅଷ୍ଟ୍ରିଆର ବୋଲି କୁହାଯାଉଛି। ଭିଡିଓରେ ଦେଖାଯାଉଥିବା ହ୍ରଦ ଲେକ୍ ମିଲଷ୍ଟେଟ୍। ପ୍ରକୃତିର ଏହି ପ୍ରକ୍ରିୟାକୁ ଫଟୋଗ୍ରାଫର ପିଟର ମାୟର ତାଙ୍କ କ୍ୟାମେରାରେ କ୍ୟାପଚର କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଭାରତର ହିମାଚଳ ପ୍ରଦେଶରେ ଅନେକବାର ବାଦଲ ଫାଟିବା ଘଟଣା ଘଟିଛି। ଏବେ ମାସକ ପୂର୍ବରୁ ମଣ୍ଡିରେ ବାଦଲ ଫାଟିଥିଲା। ମୁମ୍ବାଇରେ ୨୦୦୫ ଜୁଲାଇ ୨୬ରେ ବାଦଲ ଫାଟିବା ପରି ଘଟଣା ଘଟିଥିଲା। ହଠାତ୍ ପ୍ରବଳ ଗରମ ପବନ ବହିବା ସହ ବର୍ଷା ହୋଇଥିଲା। ୧୪ ଅଗଷ୍ଟ ୨୦୧୭ରେ ପିଥୋରାଗଡ଼ ଜିଲାରେ ବାଦଲ ଫଟା ବର୍ଷା ହୋଇଥିଲା। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ୨୦୧୩ ଜୁନ୍ ୧୬-୧୭ରେ କେଦାରନାଥରେ ବାଦଲ ଫଟା ବର୍ଷା ହୋଇଥିଲା। ୧୦ରୁ ୧୫ ମିନିଟ୍ ଧରି ଏହି ବର୍ଷା ହୋଇଥିଲା।
Powered by Froala Editor