Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, October 19, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଦୁର୍ଗା ପୂଜା ମଣ୍ଡପରେ ଦଳାଚକଟାରେ ୧୯ ...

  • ୫ ଦିନ ଭିତରେ ପ୍ରେସ୍ ସଚିବ କେଟି ...

  • ୨୩ରେ ଇଡି କାର୍ଯ୍ୟାଳୟରେ ଉପସ୍ଥିତ ...

  • ଏହି ପାଣି ପିଅନ୍ତୁ ରହିବ ପେଟ ଥଣ୍ଡା

  • ଆମେରିକାରେ ୩୦ ହଜାର ଭାରତୀୟ ଶ୍ରମିକ ...

  • ସେନାକୁ ବଡ଼ ଧରଣର ସଫଳତା: ଦୁଇ ଆତଙ୍କବାଦୀ ...

  • ଟାରିଫ୍ ନିୟମ କୋହଳ: ଭାରତ ଉପରେ ଲାଗିବନି ...

  • ଇଣ୍ଟରନେଟ୍ ବ୍ୟବହାର ପ୍ରତ୍ୟେକ ...

  • ‘ଆର୍ସି-୧୭’ରେ ରାମ ଚରଣଙ୍କ ସହ ସ୍କ୍ରିନ୍ ...

  • ୭୫ ବର୍ଷ ବୃଦ୍ଧଙ୍କ ସହ ନିର୍ବନ୍ଧ କଲେ ୩୦ ...

ବାଣିଜ୍ୟ
Home ›› ବାଣିଜ୍ୟ ››ଇଫ୍‍କୋ କୃଷକମାନଙ୍କ ପାଇଁ ଆଣିଲା ବିଶ୍ୱର ପ୍ରଥମ ନାନୋ ୟୁରିଆ

ଇଫ୍‍କୋ କୃଷକମାନଙ୍କ ପାଇଁ ଆଣିଲା ବିଶ୍ୱର ପ୍ରଥମ ନାନୋ ୟୁରିଆ

2021-05-31 11:04:44
17666
Share:
Facebook
Twitter
E-Mail
WhatsApp
Telegram
ଇଫ୍‍କୋ କୃଷକମାନଙ୍କ ପାଇଁ ଆଣିଲା ବିଶ୍ୱର ପ୍ରଥମ ନାନୋ ୟୁରିଆ

ନୂଆଦିଲ୍ଲୀ : ଇଣ୍ଡିଆନ ଫାର୍ମର୍ସ ଫର୍ଟିଲାଇଜର କୋଅପରେଟିଭ ଲିମିଟେଡ (ଇଫ୍‍କୋ) ପକ୍ଷରୁ ବିଶ୍ୱବ୍ୟାପୀ କୃଷକଙ୍କ ପାଇଁ ବିଶ୍ୱର ପ୍ରଥମ ନାନୋ ୟୁରିଆ ତରଳ ପ୍ରଚଳନ କରାଯାଇଛି । ଭାରତରେ ଇଫ୍‍କୋର ଅନ୍‍ଲାଇନ ଏବଂ ଅଫ୍‍ଲାଇନ ପଦ୍ଧତିରେ ଅନୁଷ୍ଠିତ ୫୦ତମ ବାର୍ଷିକ ସାଧାରଣ ପରିଷଦ ବୈଠକରେ ଆରଜିବି ସଦସ୍ୟମାନଙ୍କ ଉପସ୍ଥିତିରେ ଏହି ନାନୋ ୟୁରିଆ ତରଳ ପ୍ରଚଳନର ଶୁଭାରମ୍ଭ କରାଯାଇଛି ।


ମୃତ୍ତିକାରେ ୟୁରିଆ ବ୍ୟବହାର ପରିମାଣ ହ୍ରାସ କରିବାକୁ ଭାରତର ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ୱାନରୁ ପ୍ରେରଣା ଲାଭ କରି ଏହି ଉତ୍ପାଦ ବିକଶିତ କରାଯାଇଛି । ‘ଆତ୍ମନିର୍ଭର ଭାରତ’ ଏବଂ ‘ଆତ୍ମନିର୍ଭର କୃଷି’ ଅଭିଯାନ ଆଧାରରେ ଇଫ୍‍କୋର ଗୁଜରାଟର କାଲୋଲଠାରେ ଥିବା ନାନୋ ବାୟୋଟେକ୍‍ନୋଲୋଜି ରିସର୍ଚ୍ଚ ସେଣ୍ଟରଠାରେ ଏହାର ବୈଜ୍ଞାନିକ ଏବଂ ଇଞ୍ଜିନିୟରମାନଙ୍କ ଦ୍ୱାରା ବହୁବର୍ଷର ଉତ୍ସର୍ଗୀକୃତ ଏବଂ ଏକନିଷ୍ଠ ଗବେଷଣା ପରେ ସଂପୂର୍ଣ୍ଣ ଅଧିକାର ଥିବା ପ୍ରଯୁକ୍ତି ଜରିଆରେ ଏହି ନାନୋ ୟୁରିଆ ତରଳର ବିକାଶ କରାଯାଇଛି । ଇଫ୍‍କୋ ନାନୋ ୟୁରିଆ ତରଳ ଉଦ୍ଭିଦର ପୁଷ୍ଟିସାଧନ ପାଇଁ ପ୍ରଭାବୀ ଓ ଫଳପ୍ରଦ ପରିଲକ୍ଷିତ ହୋଇଛି । ଏହା ପୁଷ୍ଟିଗତ ମାନରେ ଉନ୍ନତି ସାଧନ ସହିତ ଉତ୍ପାଦନ ପରିମାଣରେ ବୃଦ୍ଧି ଘଟାଉଛି । ଏହାମଧ୍ୟ ଭୂତଳ ଜଳ ମାନ ଉପରେ ବିପୁଳ ସକାରାତ୍ମକ ପ୍ରଭାବ ପକାଇବ ଏବଂ ତାହାସହିତ ବିଶ୍ୱ ତାପାୟନରେ ଉଲ୍ଲେଖନୀୟ ହ୍ରାସ ସହିତ ଜଳବାୟୁ ପରିବର୍ତ୍ତନ ଏବଂ ସ୍ଥାୟୀ ବିକାଶ ଉପରେ ସକାରାତ୍ମକ ପ୍ରଭାବ ପକାଇବ ।


ନାନୋ ୟୁରିଆ ତରଳକୁ କୃଷକଙ୍କ ବ୍ୟବହାର ନିମନ୍ତେ ଯୋଗାଇ ଦିଆଯିବା ଦ୍ୱାରା ତାହା ମୃତ୍ତିକାରେ ୟୁରିଆର ମାତ୍ରାଧିକ ପ୍ରୟୋଗକୁ ହ୍ରାସକରି ଏକ ସମତୁଲ ପୁଷ୍ଟିସାଧନ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବ । ମାତ୍ରାଧିକ ୟୁରିଆ ବ୍ୟବହାର ପରିବେଶ ପ୍ରଦୂଷଣ ସୃଷ୍ଟି କରିବା ସହିତ, ଶସ୍ୟ ପାକଳ ହେବା ପ୍ରକ୍ରିୟା ବିଳମ୍ବିତ ହେବା ଏବଂ ଉତ୍ପାଦନଜନିତ କ୍ଷତିର କାରଣ ହେଉଛି । ନାନୋ ୟୁରିଆ ତରଳ ଶସ୍ୟକୁ ମଜଭୁତ, ସୁସ୍ଥ କରିବା ସହିତ ତାହାକୁ ପ୍ରତିକୂଳ ପରିସ୍ଥିତିରେ ସୁରକ୍ଷା ପ୍ରଦାନ କରୁଛି ।


ଇଫ୍‍କୋର ନାନୋ ୟୁରିଆ ତରଳ କୃଷକଙ୍କ ପକେଟରେ ରଖିବା ଭଳି ହୋଇଛି ଏବଂ ଏହା କୃଷକଙ୍କ ଆୟ ବୃଦ୍ଧି ଦିଗରେ ବେଶ୍‍ ପ୍ରଭାବଶାଳୀ ହୋଇପାରିବ । ଇଫ୍‍କୋ ନାନୋ ୟୁରିଆ ତରଳର ୫୦୦ ମିଲିଲିଟର ବୋତଲ ଅନ୍ୟୁନ ଏକବସ୍ତା ପାରମ୍ପରିକ ୟୁରିଆର ସ୍ଥାନ ନେଇପାରିବ । ତେଣୁ ଏହା କୃଷକଙ୍କର କୃଷି କ୍ଷେତ୍ରରେ ହେଉଥିବା ଖର୍ଚ୍ଚ ପରିମାଣ ହ୍ରାସ କରିବ । ନାନୋ ୟୁରିଆ ତରଳର ଆକାର କ୍ଷୁଦ୍ର ହୋଇଥିବାରୁ ଏହାର ବୋତଲକୁ ପକେଟରେ ରଖାଯାଇପାରିବ ଏବଂ ଏହା ଲଜିଷ୍ଟିକ୍ସ ଏବଂ ଗୋଦାମରେ ଗଛିତ ରଖିବା ଖର୍ଚ୍ଚ ମଧ୍ୟ ଉଲ୍ଲେଖନୀୟ ଭାବରେ ହ୍ରାସ କରିବ । 


ଜାତୀୟ କୃଷି ଗବେଷଣା ବ୍ୟବସ୍ଥା (ଏନଏଆରଏସ) ଅଧୀନରେ ୨୦ଟି ଆଇସିଏଆର ଗବେଷଣା ପ୍ରତିଷ୍ଠାନ, ରାଜ୍ୟ କୃଷି ବିଶ୍ୱବିଦ୍ୟାଳୟ ଏବଂ କେଭିକେ ଆଦିରେ ୪୩ଟି ଶସ୍ୟ କ୍ଷେତ୍ରରେ ପରୀକ୍ଷାମୂଳକ ପ୍ରୟୋଗ କରାଯିବାପରେ ତାହାର ଫଳାଫଳ ଆଧାରରେ ଇଫ୍‍କୋ ନାନୋ ୟୁରିଆ ତରଳକୁ ସଂପ୍ରତି ଫର୍ଟିଲାଇଜର କଂଟ୍ରୋଲ ଅର୍ଡର (ଏଫସିଓ,୧୯୮୫)ରେ ସାମିଲ କରାଯାଇଛି । ଏହାର ପ୍ରଭାବୀ ଗୁଣ ପରୀକ୍ଷା କରିବାକୁ ଭାରତର ବିଭିନ୍ନ ସ୍ଥାନରେ ୯୪ରୁ ଅଧିକ ଫସଲ କ୍ଷେତ୍ରରେ ପ୍ରାୟ ୧୧,୦୦୦ କୃଷକ ଏହାର କ୍ଷେତ୍ରସ୍ତରୀୟ ପରୀକ୍ଷଣ କରିଛନ୍ତି । ୯୪ଟି ଫସଲ କ୍ଷେତ୍ରରେ ନିକଟରେ କରାଯାଇଥିବା ଦେଶବ୍ୟାପୀ ପରୀକ୍ଷାମୂଳକ ବ୍ୟବହାର ସମୟରେ ଫସଲ ଅମଳ ହାରାହାରି ୮% ବୃଦ୍ଧି ଘଟିଥିବା ପରିଲକ୍ଷିତ ହୋଇଛି ।


ପାରମ୍ପରିକ ୟୁରିଆ ବଦଳରେ ବ୍ୟବହାର କରାଯିବା ପାଇଁ ଇଫ୍‍କୋ ନାନୋ ୟୁରିଆ ତରଳ ବିକଶିତ କରାଯାଇଛି ଏବଂ ଏହା ତାହାର ଆବଶ୍ୟକତାକୁ ଅତି କମ୍‍ରେ ୫୦% ହ୍ରାସ କରିବ । ୫୦୦ ମିଲିଲିଟର ବୋତଲରେ ଏଥିରେ ୪୦,୦୦୦ ପିପିଏମ୍‍ ଯବକ୍ଷାରଜାନ ରହିଛି, ଯାହା ପାରମ୍ପରିକ ୟୁରିଆର ଏକବସ୍ତା ଯୋଗାଇ ଦେଉଥିବା ଯବକ୍ଷାରଜାନ ପୋଷକର ପ୍ରଭାବ ସହିତ ସମାନ ।


ଇଫ୍‍କୋ ନାନା ୟୁରିଆ ତରଳ ଉତ୍ପାଦନ ୨୦୨୧ ଜୁନ୍‍ ମାସରେ ଆରମ୍ଭ ହେବ । ତାହାପରେ ଏହାର ବ୍ୟବସାୟିକ ଉତ୍ପାଦନ ଆରମ୍ଭ କରାଯିବ । ଇଫ୍‍କୋ ପକ୍ଷରୁ ୫୦୦ ମିଲିଲିଟର ବୋତଲ ପିଛା ନାନୋ ୟୁରିଆ ତରଳ ମୂଲ୍ୟ ୨୪୦ ଟଙ୍କା ରଖାଯାଇଛି, ଯାହା ଏକବସ୍ତା ପାରମ୍ପରିକ ୟୁରିଆ ମୂଲ୍ୟ ତୁଳନାରେ ୧୦% ଶସ୍ତା । ଏହାର ପ୍ରଦର୍ଶନ ସହିତ ଏହାର ବ୍ୟବହାର ଏବଂ ପ୍ରୟୋଗ ସମ୍ପର୍କରେ କୃଷକମାନଙ୍କୁ ତାଲିମ ପ୍ରଦାନ କରିବାକୁ ଏହି ସମବାୟ ସଂସ୍ଥା ଦେଶବ୍ୟାପୀ ବ୍ୟାପକ କାର୍ଯ୍ୟକ୍ରମର ଯୋଜନା ପ୍ରସ୍ତୁତ କରିଛି । ଏହା ମୂଳତଃ କୃଷକମାନଙ୍କ ପାଇଁ ଏହାର ସମବାୟଭିତ୍ତିକ ବିକ୍ରି ଏବଂ ବିପଣନ ମାଧ୍ୟମ ସମେତ ଇଫ୍‍କୋର ଇ-କମର୍ସ ପ୍ଲାଟଫର୍ମ www.iffcobazar.in. ଜରିଆରେ ଉପଲବ୍ଧ ହେବ । 

Powered by Froala Editor

Tags iffco

Related articles Odisha News Lens 4.1

  • ୭୫ ବର୍ଷ ବୃଦ୍ଧଙ୍କ ସହ ନିର୍ବନ୍ଧ କଲେ ୩୦ ବର୍ଷୀୟ ବ୍ଲଗର
    ଦେଶ-ଦେଶାନ୍ତର

    ୭୫ ବର୍ଷ ବୃଦ୍ଧଙ୍କ ସହ ନିର୍ବନ୍ଧ କଲେ ୩୦ ବର୍ଷୀୟ ବ୍ଲଗର

    13856
    Oct 17, 2026
  • ଏହି ପାଣି ପିଅନ୍ତୁ ରହିବ ପେଟ ଥଣ୍ଡା
    ବିଶେଷ

    ଏହି ପାଣି ପିଅନ୍ତୁ ରହିବ ପେଟ ଥଣ୍ଡା

    14288
    Oct 18, 2026
  • ଆମେରିକାରେ ୩୦ ହଜାର ଭାରତୀୟ ଶ୍ରମିକ ଛାଡିଲେଣି ଚାଷ କାମ
    ଦେଶ-ଦେଶାନ୍ତର

    ଆମେରିକାରେ ୩୦ ହଜାର ଭାରତୀୟ ଶ୍ରମିକ ଛାଡିଲେଣି ଚାଷ କାମ

    14341
    Oct 17, 2026
  • ‘ଆର୍ସି-୧୭’ରେ ରାମ ଚରଣଙ୍କ ସହ ସ୍କ୍ରିନ୍ ଶେୟାର୍ କରିବେ ସାରା ଅର୍ଜୁନ
    ମନୋରଞ୍ଜନ

    ‘ଆର୍ସି-୧୭’ରେ ରାମ ଚରଣଙ୍କ ସହ ସ୍କ୍ରିନ୍ ଶେୟାର୍ କରିବେ ସାରା ଅର୍ଜୁନ

    15626
    Oct 17, 2026
  •  ଦୁର୍ଗା ପୂଜା ମଣ୍ଡପରେ ଦଳାଚକଟାରେ ୧୯ ଜଣଙ୍କ ମୃତ୍ୟୁ, ୭ ଗିରଫ
    ଦେଶ-ଦେଶାନ୍ତର

    ଦୁର୍ଗା ପୂଜା ମଣ୍ଡପରେ ଦଳାଚକଟାରେ ୧୯ ଜଣଙ୍କ ମୃତ୍ୟୁ, ୭ ଗିରଫ

    13862
    Oct 18, 2026
  • ଟାରିଫ୍ ନିୟମ କୋହଳ: ଭାରତ ଉପରେ ଲାଗିବନି ୧୦୦ ପ୍ରତିଶତ ଶୁଳ୍କ
    ଦେଶ-ଦେଶାନ୍ତର

    ଟାରିଫ୍ ନିୟମ କୋହଳ: ଭାରତ ଉପରେ ଲାଗିବନି ୧୦୦ ପ୍ରତିଶତ ଶୁଳ୍କ

    15062
    Oct 17, 2026
  • ୫ ଦିନ ଭିତରେ ପ୍ରେସ୍ ସଚିବ କେଟି ଜାକାରିଆଙ୍କୁ ପଦରୁ ହଟାଇଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    ୫ ଦିନ ଭିତରେ ପ୍ରେସ୍ ସଚିବ କେଟି ଜାକାରିଆଙ୍କୁ ପଦରୁ ହଟାଇଲେ ଟ୍ରମ୍ପ

    13899
    Oct 18, 2026
  •  ୨୩ରେ ଇଡି କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ପିନାରାଇ ବିଜୟନ୍‌ଙ୍କୁ ଇଡି ସମନ
    ଦେଶ-ଦେଶାନ୍ତର

    ୨୩ରେ ଇଡି କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ପିନାରାଇ ବିଜୟନ୍‌ଙ୍କୁ ଇଡି ସମନ

    15040
    Oct 18, 2026
  • ଇଣ୍ଟରନେଟ୍ ବ୍ୟବହାର ପ୍ରତ୍ୟେକ ବ୍ୟକ୍ତିଙ୍କର ଏକ ମୌଳିକ ଅଧିକାର: ସୁପ୍ରିମକୋର୍ଟ
    ଦେଶ-ଦେଶାନ୍ତର

    ଇଣ୍ଟରନେଟ୍ ବ୍ୟବହାର ପ୍ରତ୍ୟେକ ବ୍ୟକ୍ତିଙ୍କର ଏକ ମୌଳିକ ଅଧିକାର: ସୁପ୍ରିମକୋର୍ଟ

    14035
    Oct 17, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଇଣ୍ଟରନେଟ୍ ବ୍ୟବହାର ପ୍ରତ୍ୟେକ ବ୍ୟକ୍ତିଙ୍କର ଏକ ମୌଳିକ ଅଧିକାର: ସୁପ୍ରିମକୋର୍ଟ

    14035
    Oct 17, 2026
  • ଦେଶ-ଦେଶାନ୍ତର

    ଟାରିଫ୍ ନିୟମ କୋହଳ: ଭାରତ ଉପରେ ଲାଗିବନି ୧୦୦ ପ୍ରତିଶତ ଶୁଳ୍କ

    15062
    Oct 17, 2026
  • ମନୋରଞ୍ଜନ

    ‘ଆର୍ସି-୧୭’ରେ ରାମ ଚରଣଙ୍କ ସହ ସ୍କ୍ରିନ୍ ଶେୟାର୍ କରିବେ ସାରା ଅର୍ଜୁନ

    15626
    Oct 17, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17193
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17888
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17833
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18257
    Sep 06, 2023

ବିଶେଷ

  • ଏହି ପାଣି ପିଅନ୍ତୁ ରହିବ ପେଟ ଥଣ୍ଡା

    14288
    Oct 18, 2026
  • କୌଣସି କାରଣ ନଥାଇ ଘରେ ହେଉଛି କି ଝଗଡ଼ା, କରନ୍ତୁ ଏହି ଉପାୟ....

    15320
    Oct 16, 2026
  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    14694
    Oct 06, 2026
  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14793
    Oct 04, 2026
  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15795
    Sep 29, 2026

ବାଣିଜ୍ୟ

ପ୍ରକଳ୍ପ ସଙ୍ଗମ ଅଧୀନରେ ୩୩ଟି ଗ୍ରାମରେ କୃଷି ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହିତ କରୁଛି ବେଦାନ୍ତ ଆଲୁମିନିୟମ୍

କଳାହାଣ୍ଡିରେ ୩୩୮ଟି ବିଦ୍ୟୁତ୍ ଚାଳିତ ସ୍ପ୍ରେୟର ବଣ୍ଟନ ମାଧ୍ୟମରେ କୃଷି ଯାନ୍ତ୍ରିକୀକରଣକୁ ଆଗକୁ ବଢ଼ାଉଛି ପ୍ରକଳ୍ପ ସଙ୍ଗମ

ଭୁବନେଶ୍ୱର;୧୬, ୨୦୨୬: ସ୍ଥାୟୀ ଗ୍ରାମୀଣ ବିକାଶ ପ୍ରତି ନିଜର ପ୍ରତିବଦ୍ଧ ...

  • କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ବେଦାନ୍ତ ଆଲୁମିନିୟମ୍ ଦ୍ୱାରା ସୌର ଭିତ୍ତିଭୂମି ସ୍ଥାପନ

    14622
    Oct 15, 2026
  • BSE ସେନ୍‌ସେକ୍ସ ୧୧୦୯ ପଏଣ୍ଟ ବଢ଼ିଲା

    13988
    Oct 14, 2026
  • ବେଦାନ୍ତ ଆଲୁମିନିୟମ ୧୦୦ରୁ ଅଧିକ ଏସ୍ଏଚ୍‍ଜି ମହିଳାମାନଙ୍କୁ ଲାଞ୍ଜିଗଡ଼ରେ ମାଣ୍ଡିଆ ଭିତ୍ତିକ ଉଦ୍ୟୋଗୀ ସୁବିଧା ଯୋଗାଇ ଦେଇଛି

    15105
    Oct 09, 2026
  • ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

    15815
    Oct 08, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଦୁର୍ଗା ପୂଜା ମଣ୍ଡପରେ ଦଳାଚକଟାରେ ୧୯ ଜଣଙ୍କ ମୃତ୍ୟୁ, ୭ ଗିରଫ

    13862
    Oct 18, 2026
  • ୫ ଦିନ ଭିତରେ ପ୍ରେସ୍ ସଚିବ କେଟି ଜାକାରିଆଙ୍କୁ ପଦରୁ ହଟାଇଲେ ଟ୍ରମ୍ପ

    13899
    Oct 18, 2026
  • ଏହି ପାଣି ପିଅନ୍ତୁ ରହିବ ପେଟ ଥଣ୍ଡା

    14288
    Oct 18, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In