ବିବାଦ ପରେ ବି ୩ ଦିନରେ ୫୦ କୋଟି ଆୟ କଲାଣି 'ଓପେନହାଇମର'

'ଓପେନହାଇମର' ଦେଖିବା ପରେ ଅନେକ ଲୋକ ଏଥିରେ ଥିବା ଏକ ଦୃଶ୍ୟକୁ ନେଇ ଆପତ୍ତି ଉଠାଉଛନ୍ତି। ହେଲେ ବିବାଦ ପରେ ବି ବକ୍ସ ଅଫିସରେ ଧମାଲ କରୁଛି 'ଓପେନହାଇମର'। କ୍ରିଷ୍ଟୋଫର ନୋଲନଙ୍କ ଫିଲ୍ମ 'ଓପେନହାଇମର' ବକ୍ସ ଅଫିସରେ ଧମାଲ କରିଛି। ରିଲିଜ ହେବା ପରେ ୨୦୨୩ର ଏହା ସବୁଠୁ ବଡ଼ ଫିଲ୍ମ କୁହାଯାଉଛି।
ପ୍ରଥମ ୩ଦିନରେ ଫିଲ୍ମଟି ୫୦କୋଟି ଆୟ କରିସାରିଥିବା ବେଳେ ଆଗାମୀ ଦିନରେ ଏହା ବକ୍ସ ଅଫିସର ଅନେକ ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଛି। ପ୍ରଥମ ଦିନରେ ୧୪.୫କୋଟି, ଦ୍ବିତୀୟ ଦିନରେ ୧୭କୋଟି ଓ ତୃତୀୟ ଦିନରେ ୧୮କୋଟି ଆୟ କରିଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ଫିଲ୍ମରେ ଓପେନହାଇମର ଯୌନକ୍ରିୟା କରୁଥିବା ସମୟରେ ଗୀତା ପଢ଼ୁଥିବା ଦେଖାଯାଇଛି, ଯାହାକୁ ନେଇ ବର୍ତ୍ତମାନ ବିବାଦ ଆରମ୍ଭ ହୋଇଛି। ବିବାଦ ବଢ଼ିବାରୁ ଏବେ ଏହି ଦୃଶ୍ୟକୁ ହଟାଇବାକୁ କହିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର।
Powered by Froala Editor