ସୋନିଆ ଗାନ୍ଧୀଙ୍କୁ ଭଲମନ୍ଦ ପଚାରିଲେ ପ୍ରଧାନମନ୍ତ୍ରୀ

ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭା ଚାମ୍ବରରେ କଂଗ୍ରେସ ନେତା ସୋନିଆ ଗାନ୍ଧୀଙ୍କ ସହ କଥାବାର୍ତ୍ତା ହୋଇଥିଲେ। ପ୍ରଧାନମନ୍ତ୍ରୀ ମଙ୍ଗଳବାର ବେଙ୍ଗାଲୁରୁରୁ ବିମାନ ଉଡ଼ାଣର ଜରୁରୀ ଅବତରଣ ବିଷୟରେ ଏବଂ ତାଙ୍କ ସୁସ୍ଥତା ବିଷୟରେ ପଚାରି ବୁଝିଛନ୍ତି। ମାନ ଜରୁରୀ ଅବତରଣ କରିବା ଯୋଗୁଁ ତାଙ୍କର କିଛି ଅସୁବିଧା ହୋଇଥିଲା କି, ନାହିଁ ପ୍ରଧାନମନ୍ତ୍ରୀ ପଚାରିଥିଲେ। ସୋନିଆ ଗାନ୍ଧୀ କହିଲେ ଯେ, ସେ ଭଲ ଅଛନ୍ତି।
ବେଙ୍ଗାଲୁରୁରେ ବିରୋଧୀ ଦଳର ଦ୍ୱିତୀୟ ଦିନର ବୈଠକ ଶେଷ ହେବା ପରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଦିଲ୍ଲୀ ଫେରୁଥିଲେ। ତା’ପରେ ଖରାପ ପାଣିପାଗ କାରଣରୁ ତାଙ୍କ ବିମାନକୁ ଭୋପାଳରେ ଜରୁରୀ ଅବତରଣ କରିବାକୁ ପଡିଲା। ରାହୁଲ ଗାନ୍ଧୀ ତାଙ୍କ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଥିଲେ ଏବଂ ସୋନିଆ ଗାନ୍ଧୀଙ୍କ ଅମ୍ଳଜାନ ମାସ୍କ ପିନ୍ଧିଥିବା ଫଟୋ ମଧ୍ୟ ଶେୟାର କରିଥିଲେ।
ସୂଚନାଯୋଗ୍ୟ, ସଂସଦ ଅଧିବେଶନର ପ୍ରଥମ ଦିନ ନେତାମାନେ ପରସ୍ପରକୁ ସ୍ବାଗତ କରିବା ବିଧି ରହିଛି। ଗୃହରେ ଅଧିବେଶନ ଆରମ୍ଭ ହେବା ଆଗରୁ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ତାଙ୍କ ରାଜନୈତିକ ପ୍ରତିଦ୍ବନ୍ଦ୍ବିମାନଙ୍କୁ ଭେଟି ଭଲମନ୍ଦ ପଚାରିଥିଲେ।
Powered by Froala Editor