ଏହି ଫିଲ୍ମର ଗୀତ ପାଇଁ କିଣାଯାଇଥିଲା କୋଟିଏ ଟଙ୍କାର ଟମାଟୋ
ଟମାଟୋର ଦରଦାମ ପାଇଁ ଗ୍ରାହକ ହାତ ମାରୁନାହାନ୍ତି । ଚାଷୀ କିନ୍ତୁ ଲକ୍ଷପତି ବନିଗଲେଣି । ଏଭଳିସ୍ଥିତିରେ ବଲିଉଡ୍ ଫିଲ୍ମ ‘ଜିନ୍ଦେଗୀ ନା ମିଲେଗି ଦୋବାରା’ ଟମାଟୋକୁ ନେଇ ଏକ ରୋଚକ କାହାଣୀ ମନେ ପକାଇଛି। ଇତିମଧ୍ୟରେ ଫିଲ୍ମଟି ୧୨ ବର୍ଷ ପୂରଣ କରିଛି। ଏହି ସିନେମାର ଏକ ଗୀତର ଦୃଶ୍ୟ ଏଭଳି ଅଛି, ଯେଉଁଥିରେ ହ୍ରିତିକ ଓ କ୍ୟାଟ୍ରିନା ସମେତ ଅନ୍ୟ କଳାକାରମାନେ ପରସ୍ପରକୁ ଟମାଟୋ ଫିଙ୍ଗୁଛନ୍ତି।
ହୋଲି ସଦୃଶ ସ୍ପେନରେ ‘ଲା ଟମାଟିନା’ ଉତ୍ସବକୁ ପାଳନ କରାଯାଏ। ଲୋକେ ଏଠାରେ ପରସ୍ପରକୁ ଟମାଟୋ ଫିଙ୍ଗି ଉତ୍ସବ ପାଳନ କରନ୍ତି। ଯେଉଁସ୍ଥାନରେ ଏହି ଉତ୍ସବ ଆୟୋଜିତ ହୁଏ, ସେହି ସ୍ଥାନରେ ଏହି ଦୃଶ୍ୟକୁ ସୁଟିଂ କରାଯାଇଥିଲା।
ତେବେ ଫିଲ୍ମର ଏହି ଦୃଶ୍ୟ ସୁଟିଂ ପାଇଁ ୧୬,୦୦୦ କେଜି ଟମାଟୋ ବ୍ୟବହାର ହୋଇଥିଲା। ସମୁଦାୟ ଟମାଟୋର ଦାମ୍ ଥିଲା କୋଟିଏ ଟଙ୍କା। କେବଳ ସେତିକି ନୁହେଁ, ସ୍ପେନର ଟମାଟୋ କଞ୍ଚା ଥିବାରୁ ପର୍ତ୍ତୁଗାଲରୁ ପାଚିଲା ଟମାଟୋ ଅଣାଯାଇଥିଲା।
Powered by Froala Editor