ଭୁଲ୍ ଇଞ୍ଜେକସନରେ ଚାଲିଗଲା ୫ ବର୍ଷ ଶିଶୁର ଜୀବନ

ଭୁଲ ଇଞ୍ଜେକ୍ସନ ପାଇଁ ଜଣେ ନୀରିହ ଶିଶୁର ଜୀବନ ଚାଲିଯାଇଛି । ୫ ବର୍ଷର ପୁଅକୁ ହରାଇ ମା’ ବୁକୁ ଫଟାଇ କାନ୍ଦୁଛି । ମୃତ ଶିଶୁ ହେଲେ ଯାଜପୁର ଜିଲ୍ଲା ମୁଗୁପଦା ଅଞ୍ଚଳର ସୁରେନ୍ଦ୍ର ମଲିକଙ୍କ ପୁଅ ଓମ୍ ମଲ୍ଲିକ ।
ଶିଶୁଟିର ଝାଡାବାନ୍ତି ହେଉଥିବା ବେଳେ ସୁରେନ୍ଦ୍ର ଯାଜପୁର ଜିଲ୍ଲା ଦଶରଥପୁର ଥାନା ମନ୍ଧାରଖଣ୍ତ ଛକରେ ଏକ ସ୍ଥାନୀୟ ଔଷଧ ଦୋକାନକୁ ଦେଖାଇବାରୁ ଏକା ସଙ୍ଗେ ଦୁଇଟି ଇଞ୍ଜେକସନ ଦେଇଥିଲେ । ତେବେ ପିଲାଟି ଗୁରୁତର ହେବାରୁ ତାଙ୍କୁ ଉକ୍ତ ଦୋକାନୀ ଗାଡିରେ ଆଣିଥିବା ବେଳେ ବାଟରେ ମୃତ୍ୟୁ ହୋଇଯାଇଛି । ତେବେ ଦୋକାନୀ ଜଣଙ୍କ ମେଡିକାଲରୁ ଫେରାର ହୋଇଯାଇଛନ୍ତି ।
Powered by Froala Editor