ଉତ୍ତାପ ଲହର ଜାରି: କାଲିଫର୍ନିଆରେ ୫୩ ଡିଗ୍ରୀ ଟପିଲା ତାପମାତ୍ରା

ଓ୍ବାଶିଂଟନ: ଆମେରିକା ଏବଂ ୟୁରୋପର ଲୋକମାନେ ଅସହ୍ୟ ଉତ୍ତାପ ଲହରକୁ ନେଇ ସଙ୍କଟରେ ପଡ଼ିଛନ୍ତି। ଆମେରିକାରେ ପ୍ରାୟ ୧୧ କୋଟି ଲୋକ ପ୍ରଭାବିତ ହୋଇଛନ୍ତି। ଯୁକ୍ତରାଷ୍ଟ୍ରରେ ପଶ୍ଚିମ ଏବଂ ଦକ୍ଷିଣ ଅଞ୍ଚଳରେ ଉତ୍ତାପ ଲହର ଜାରି ରହିଛି । ଅନୁମାନ କରାଯାଉଛି ଆଗାମୀ ସମୟରେ ଏହା ସମସ୍ତ ରେକର୍ଡ ଭାଙ୍ଗିବ । କାଲିଫର୍ନିଆରେ ତାପମାତ୍ରା ୫୩ ଡିଗ୍ରୀ ଟପିଛି। ୧୦ ଜୁଲାଇ ୧୯୧୩ରେ କାଲିଫର୍ନିଆରେ ଏଭଳି ତାପମାତ୍ରା ଅନୁଭୁତ ହୋଇଥିଲା।
ଦକ୍ଷିଣ ୟୁରୋପରେ ଅତ୍ୟଧିକ ଉତ୍ତାପ ଲହର ଆରମ୍ଭ ଜାରି ରହିଛି। ଇଟାଲୀର ୧୭ ଟି ସହରରେ ରେଡ ଆଲର୍ଟ ଜାରି କରାଯାଇଛି। ରୋମ, ଫ୍ଲୋରେନ୍ସ ଏବଂ ବୋଲଗ୍ନା ସମେତ ପ୍ରମୁଖ ପର୍ୟ୍ୟଟନ ସ୍ଥଳୀରେ ଏହି ସତର୍କତା ପ୍ରଯୁଜ୍ୟ ହେବ ଏବଂ ସୁସ୍ଥ ଲୋକଙ୍କୁ ମଧ୍ୟ ପ୍ରଭାବିତ କରିପାରେ। ପାଣିପାଗ ବିଭାଗ ଦ୍ୱାରା ଜାରି କରାଯାଇଥିବା ପୂର୍ବାନୁମାନରେ କୁହାଯାଇଛି ରବିବାର କାଲିଫର୍ନିଆ, ନେଭାଡା, ଆରିଜୋନା, ଟେକ୍ସାସ, ଫ୍ଲୋରିଡା ଇତ୍ୟାଦିରେ ତାପମାତ୍ରା ୪୫ ଡିଗ୍ରୀକୁ ବୃଦ୍ଧି ପାଇବାର ପୂର୍ବାନୁମାନ କରାଯାଇଛି।
ଆସନ୍ତା ସପ୍ତାହରେ ଆରିଜୋନା ଏବଂ ନେଭାଡାର କେତେକ ଅଞ୍ଚଳରେ ତାପମାତ୍ରା ୫୪.୪ ଡିଗ୍ରୀ ସେଲସିୟସରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଫିନିକ୍ସ ଏବଂ ଲାସ ଭେଗାସରେ ଏପର୍ୟ୍ୟନ୍ତ ରେକର୍ଡ ହୋଇଥିବା ସମସ୍ତ ରେକର୍ଡ ଭାଙ୍ଗିଯିବ ବୋଲି ଆଶା କରାଯାଉଛି । ୟୁରୋପରେ ମଧ୍ୟ ଉତ୍ତାପ ସଙ୍କଟ ସୃଷ୍ଟି କରିଛି।
Powered by Froala Editor