ଶିଶୁର କଟା ମୁଣ୍ଡକୁ ଯୋଡ଼ିଲେ ଡାକ୍ତର
ଜେରୁଜେଲମ: ଇସ୍ରାଏଲ ଡାକ୍ତରମାନେ ଏକ ବିରଳ ଏବଂ ସବୁଠାରୁ ଜଟିଳ ଅସ୍ତ୍ରୋପଚାରକୁ ସଫଳତାର ସହ ଶେଷ କରିଛନ୍ତି। ଡାକ୍ତରମାନେ ୧୨ ବର୍ଷ ଶିଶୁ ସୁଲେମାନ ହସନର ମୁଣ୍ଡକୁ ପୁଣିଥରେ ଯୋଡ଼ିବାରେ ସଫଳ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ଏକ କାର ଦୁର୍ଘଟଣାରେ ୧୨ ବର୍ଷର ପୁଅ ସୁଲେମାନ୍ ହସନର ମୁଣ୍ଡ ଶରୀରଠାରୁ କକଟି ସାମାନ୍ୟ ଲାଗିଥିଲା । ହେଲେ କାଳ ବିଳମ୍ବ ନକରି ଏହାକୁ ଅସ୍ତ୍ରୋପଚାର ମାଧ୍ୟମରେ ଯୋଡିଦେଲେ ଇସ୍ରାଏଲର ଡାକ୍ତରୀ ଦଳ ।
ସୁଲେମାନ ସାଇକେଲ ଚଲାଇବା ସମୟରେ କାର୍ ସହ ଧକ୍କା ହୋଇଯାଇଥିଲେ। ଏଥିଯୋଗୁଁ ଭିତରୁ ତାଙ୍କ ମୁଣ୍ଡ ଗଣ୍ଡିରୁ ଅଲଗା ହୋଇଯାଇଥିଲା। ଏହି ସ୍ଥିତିକୁ ମେଡିକାଲ ସାଇନ୍ସରେ ‘ଇଣ୍ଟର୍ନାଲ ଡିକାପିଟେସନ’ କୁହାଯାଇଥାଏ। ଏହି କ୍ଷେତ୍ରରେ ମୁଣ୍ଡ ମେରୁଦଣ୍ଡର ଉପର ଭାଗଠାରୁ ଅଲଗା ହୋଇଯାଇଥାଏ। କିନ୍ତୁ ବାହାରେ ଏହା ଯୋଡ଼ି ରହିଥିବା ପରି ଦେଖାଯାଏ। ଏହି ରୋଗରେ ପୀଡ଼ିତ ୭୦ ପ୍ରତିଶତ ରୋଗୀ ଦୁର୍ଘଟଣା ସମୟରେ କିମ୍ବା ଡାକ୍ତରଖାନାରେ ପ୍ରାଣ ହରାଇଥାନ୍ତି। ଡାକ୍ତରମାନେ କହିଛନ୍ତି ଯେ ଜୁନ୍ରେ ଏହି ଘଟଣା ଘଟିଥିଲା। ଜୁଲାଇ ପର୍ୟ୍ୟନ୍ତ ଏହାର ସୂଚନା ଦିଆଯାଇ ନ ଥିଲା। ସୁଲେମାନ ଆରୋଗ୍ୟ ହେବା କୌଣସି ଚମତ୍କାରଠାରୁ କମ୍ ନୁହେଁ। ସେ ଜୀବିତ ରହିବାର ସମ୍ଭାବନା ବହୁତ କମ୍ ଥିଲା। ଅନେକ ଘଣ୍ଟା ପର୍ୟ୍ୟନ୍ତ ଅସ୍ତ୍ରୋପଚାର କରାଯାଇଥିଲା। ଏହି ସମୟରେ ମୁଣ୍ଡକୁ ମେରୁଦଣ୍ଡ ସହ ଯୋଡିବା ପାଇଁ ଲୁହା ଛଡ, ସ୍କ୍ରୁଲ ପ୍ଲେଟ୍ସ ଏବଂ ବୋନ୍ ଗ୍ରାଫ୍ଟ ବ୍ୟବହାର କରାଯାଇଥିଲା।
Powered by Froala Editor