ସୀମାଙ୍କ ପାଇଁ ମୁମ୍ବାଇ ପୋଲିସକୁ ମିଳିଲା ଧମକ
ପାକିସ୍ତାନ ଛାଡିବା ପରେ ଭାରତ ଆସିଥିବା ସୀମା ଗୁଲାମ ହାଇଦରଙ୍କୁ ନେଇ ମୁମ୍ବାଇ ପୋଲିସକୁ ଧମକ ଦିଆଯାଇଛି। ମୁମ୍ବାଇ ପୋଲିସ ଗୁରୁବାର କହିଛି ଯେ ବୁଧବାର କଣ୍ଟ୍ରୋଲ ରୁମକୁ ଏକ ଧମକପୂର୍ଣ୍ଣ କଲ ଆସିଥିଲା। ଯେଉଁଥିରେ ଉର୍ଦ୍ଧୁ ଭାଷାରେ ଜଣେ ଯୁବକ ଏହି ଧମକ ଦେଇଛି । ସେ କହିଛି, ସୀମାକୁ ପାକିସ୍ତାନ ନଠେଇଲେ, ଭାରତର ନାଶ ହେବ । ୨୬/୧୧ ଭଳି ଆକ୍ରମଣ ଭାରତ ଉପରେ ପୁଣି ହେବ, ଆଉ ଏହାର ଉତ୍ତରଦାୟୀ ରହିବେ ଉତ୍ତରପ୍ରଦେଶ ସରକାର । ମୁମ୍ବାଇ ପୋଲିସ ଏବଂ କ୍ରାଇମ ବ୍ରାଞ୍ଚ ଏବେ ଏହାର ଯାଞ୍ଚ କରୁଛନ୍ତି।
ସୀମା ହାଇଦର ହେଉଛନ୍ତି ପାକିସ୍ତାନ ସିନ୍ଧୁ ପ୍ରାନ୍ତର । ତାଙ୍କର ବିବାହ ଗୁଲାମ ରଜା ସହିତ ୨୦୧୪ରେ ହେଇଥିଲା । ତାଙ୍କର ୪ଟି ସନ୍ତାନ ମଧ୍ୟ ଥିଲେ । ତେବେ ୨୦୧୯ରେ ଗୁଲାମ ହାଇଦର କାମରେ ସାଉଦି ଆରବ ଚାଲିଯାଇଥିଲା । ଆଉ ଏହି ସମୟ ମଧ୍ୟରେ ସୀମା ପବଜି ଖେଳିବା ସହିତ ତାର ପରିଚିତ ହେଇତିଲା ଗ୍ରେଟର ନୋଏଡାର ଯୁବକ ସଚିନ ସହିତ ।
ଅନଲାଇନ ଗେମିଂ ସମୟରେ ସଚିନ ମୀନାଙ୍କ ସହ ସୀମା ପ୍ରେମରେ ପଡିଥିଲେ। ଏହା ପରେ ସୀମା ପାକିସ୍ତାନରୁ ପଳାଇ ନେପାଳ ଦେଇ ଭାରତ ଆସିଥିଲେ। ଏବେ ଆଉ ସେ ପାକିସ୍ତାନ ଯିବାକୁ ଚାହୁଁ ନାହାନ୍ତି।
Powered by Froala Editor