ମହିଳା ଓ ଶିଶୁ ବିକାଶ ବିଭାଗର ବଡ଼ ନଷ୍ପତ୍ତି : ଘରୋଇ ହିଂସା ହେଲେ ଡାଏଲ କରନ୍ତୁ ୧୮୧
କରୋନାର ଦ୍ୱିତୀୟ ଲହର ଯୋଗୁଁ ସାରା ଦେଶରେ ଲକ୍ଡାଉନ୍ ଏବଂ ସଟ୍ଡାଉନ୍ ଲାଗିରହିଛି । ଏହି ସମୟରେ କେହି ବାହାରକୁ ନଯାଇ ଗୃହରେ ରହୁଛନ୍ତି । ଗତବର୍ଷ ଲକ୍ଡାଉନ୍ ଏବଂ ସଟ୍ଡାଉନ୍ ସମୟରେ ଘରୋଇ ହିଂସାରେ ମହିଳା ଓ ନାବାଳିକା ନିର୍ଯାତନାର ଗ୍ରାଫ ବେଶ୍ ଉପରକୁ ଉଠିଥିଲା । ତେଣୁ ଏହି ବର୍ଷ ମହିଳା ଏବଂ ନାବାଳିକା ମାନଙ୍କୁ ଏପରି ବିଷମ ପରିସ୍ଥିତିରୁ ଉଦ୍ଧାର କରିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ।
ଘରୋଇ ହିଂସାର ଶିକାର ହେଉଥିବା ମହିଳାଏବଂ ଶିଶୁମାନେ ସହାୟତା ନମ୍ବର ୧୦୦,୧୮୧, ୧୦୯୮କୁ ଫୋନ୍ କରି ଅଭିଯୋଗ କରିପାରିବେ । ଏହା ବ୍ୟତୀତ ପ୍ରତି ଜିଲ୍ଲା ମୁଖ୍ୟ ହସ୍ପିଟାଲ ଥିବା ‘ସଖୀ’(ୱାନ୍ ଷ୍ଟପ୍ ସେଣ୍ଟର)ରେ ମଧ୍ୟ ଯୋଗାଯୋଗ କରି ୨୪ ଘଣ୍ଟିଆ ନିଶୁଳ୍କ ସେବା ପାଇପାରିବେ । ନଚେତ, ହ୍ୱାଟସ୍ଆପ ନମ୍ବର ‘୭୮୦୫୦୦୬୦୩୯’ ରେ ମଧ୍ୟ ବାର୍ତ୍ତା ଦେଇପାରିବେ । ଏତତ୍ ବ୍ୟତୀତ ମହିଳା କମିଶନଙ୍କ ସହ ଯୋଗାଯୋଗ କରିବାପାଇଁ ‘୮୭୬୩୫୪୩୦୧୩’ ହ୍ୱାଟସ୍ଆପ ନମ୍ବର ଜାରି ହୋଇଛି ।
ନାରୀ ଓ ଶିଶୁମାନଙ୍କ ଉପରେ ହେଉଥିବା ନିର୍ଯାତନା ଏବଂ କୋଭିଡ୍ ପୀଡିତ ବାପା-ମା ହସ୍ପିଟାଲ୍ରେ ଚିକିତ୍କିତ ହେଉଥିବା ଶିଶୁ ମାନଙ୍କର ଅସହାୟ ଅବସ୍ଥାରେ ସାହାଯ୍ୟ କରିବା ପାଇଁ ବିଭାଗ ପକ୍ଷରୁ ଏହି୨୪ ଘଣ୍ଟିଆ ହେଲ୍ପ ଲାଇ୍ ନମ୍ବର ଜାରି ହୋଇଥିବାକୁହାଯାଇଛି ।
Powered by Froala Editor