ଦ୍ୱିତୀୟ ବିବାହକୁ ନା କଲେ ଐଶ୍ୱର୍ଯ୍ୟା
ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା ପୁଣି ବିବାହ କରିବାକୁ ଯାଉଛନ୍ତି। ଏହି ଖବର ଚାରିଆଡେ ପ୍ରଚାର ହେବା ପରେ ଚର୍ଚ୍ଚା ଚାଲିଛି । ଏହା କଣ ସତ କି? ହେଲେ ଏହାକୁ ମିଛ ବୋଲି କହିଛନ୍ତି ଐଶ୍ୱର୍ଯ୍ୟା ।
୨୦୦୪ ଐଶ୍ୱର୍ଯ୍ୟା ଏବଂ ଧନୁଷ ବିବାହ କରିଥିଲେ। ଉଭୟ ବିବାହ ପରେ ଦୁଇ ପୁଅର ପିତାମାତା ହୋଇଥିଲେ। କିନ୍ତୁ ୨୦୨୨ରେ ଏହି ଦମ୍ପତି ଘୋଷଣା କରିଥିଲେ ଯେ ସେମାନେ ୧୮ ବର୍ଷ ଏକାଠି ରହିବା ପରେ ଅଲଗା ହେବାକୁ ଯାଉଛନ୍ତି। ତଥାପି, ସେମାନେ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଛାଡପତ୍ର ଦେଇ ନାହାଁନ୍ତି।
ଐଶ୍ୱର୍ଯ୍ୟା ଏବଂ ଧନୁଷ ପ୍ୟାଚ୍ଅପ୍ କରିଛନ୍ତି କି ନାହିଁ, ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ। କିନ୍ତୁ ଚେନ୍ନାଇର ଏକ ରିସୋର୍ଟରେ ତାଙ୍କୁ ଜଣେ ହିରୋଙ୍କ ସହ ନଜର ଆସିଥିଲେ ଏହାକୁ ନେଇ ଖବର ଆରମ୍ଭ ହୋଇଥିଲା କି ସେ ଦ୍ଵିତୀୟ ବିବାହ କରିବାକୁ ଯାଉଛନ୍ତି।
Powered by Froala Editor