ମୃଦଙ୍ଗ ତାଳେ ତାଳେ ନାଚୁଛି କୁନି କୁନି ପାଦ
ବୟସ ମାତ୍ର ୪ ବର୍ଷ । ହେଲେ ହାତରେ ମୃଦଙ୍ଗ ବଜାଇ ଅନନ୍ୟ ଠାଣିରେ ନାଚୁଛନ୍ତି । ଅଜା ଦାସ କାଠିଆ ଧରି ତାଳ ପକାଉଛନ୍ତି । ସେହି ତାଳରେ ତାଳ ଦେଇ କୁନି କୁନି ପାଦରେ ନାଚୁଛନ୍ତି ବଲାଙ୍ଗୀର ସଦର ବ୍ଲକ୍ ଅନ୍ତର୍ଗତ ଶିବତଲା ପଂଚାୟତ ନାଇକେନସିରା ଗାଁର ବ୍ଲାସନ ବାରିକ । ଏମିକି କୌଣସି ତାଳ ନାହିଁ ଯେଉଁଥିରେ ବ୍ଲାସନ୍ ମୃଦଙ୍ଗ ବଜାଇ ପାରିବେ ନାହିଁ। ବ୍ଲାସନଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆ ୟୁଜର୍ସ ମାନେ ମଧ୍ୟ ଏତେ ଛୋଟ ବୟସରୁ ତାଙ୍କ ବିସ୍ମୟତାକୁ ପ୍ରଶଂସା କରୁଛନ୍ତି।
ଗାଁର ବୀରକିଶୋର ବାରିକଙ୍କ ଚାରି ବର୍ଷର ପୁଅ ବ୍ଲାସନ ବାରିକ। ଚାରି ବର୍ଷର ଏହି ବିସ୍ମୟ ବାଳକ ମୃଦଙ୍ଗ ବଜାଇବାରେ ପୁରା ପାରଙ୍ଗମ। ବ୍ଲାସନ ତାଙ୍କ ଅଜାଙ୍କ ଠାରୁ ମୃଦଙ୍ଗ ବଜାଇବାର କଳା ଶିଖିଛନ୍ତି। ମୃଦଙ୍ଗ ବଜାଇବା ସମୟରେ କୁନି ପିଲାଟିର ଭାବଭଙ୍ଗୀ ନିଆରା ରହିଛି। ମୃଦଙ୍ଗ ଧୁନର ତାଳେ ତାଳେ ତାଙ୍କ ପାଦ ବି ପଡ଼ୁଛି। ବଡ଼ ବଡ଼ ବାଦ୍ୟକାରଙ୍କ ପରି ଭାବଭଙ୍ଗୀ କରି ନାଚି ନାଚି ବାଦ୍ୟ ବଜାଉଛନ୍ତି ବାଲାଙ୍ଗୀରର ଏହି କୁନି କଳାକାର ।
Powered by Froala Editor