ଶତ୍ରୁର ଟାର୍ଗେଟକୁ ନଷ୍ଟ କରିବ ସୁଇସାଇଡ୍ ଡ୍ରୋନ୍
କାନପୁର : ଆଇଆଇଟି କାନପୁର ଏରୋ ସ୍ପେସ୍ ବିଭାଗ ପକ୍ଷରୁ ଏକ ସୁଇସାଇଡ୍ ଡ୍ରୋନ୍ ନିର୍ମାଣ କରାଯାଇଛି । ଯାହା ଆର୍ଟିଫିସିଆଲ୍ ଇଣେଲିଜେନ୍ସ ସାହାର୍ଯ୍ୟରେ ଶତ୍ରୁର ଟାର୍ଗେଟକୁ ନଷ୍ଟ କରିପାରିବ । ଏଥିରେ ୬କିଲୋଗ୍ରାମ୍ ଓଜନର ବିସ୍ପୋରକ ମଧ୍ୟ ସଂଲଗ୍ନ କରାଯାଇପାରିବ । ଯାହା ୧୦୦କିମି ଦୂର ପର୍ଯ୍ୟନ୍ତ ଶତ୍ରୁପକ୍ଷ ଉପରେ ଆକ୍ରମଣ କରି ପାରିବ ।
ଶତ୍ରୁ ଡିପିଏସ୍ ବ୍ଲକ କରିଦେଲେ ମଧ୍ୟ ଡ୍ରୋନ୍ ଶତ୍ରୁସ୍ଥଳୀକୁ ଚିହ୍ନଟ କରି ଧ୍ୱଂସ କରିପାରିବ । ଖାସ୍କରି ହାଇବ୍ରିଡ୍ ଯୁଦ୍ଧ ସମୟରେ ଏହି ଡ୍ରୋନ୍ର ଆବଶ୍ୟକତା ରହିଛି । ଲଂଚ ହେବାର ୪୫ମିନିଟ୍ ଭିତରେ ଶତ୍ରୁର ୧୦୦କିମି ଭୂଖଣ୍ଡରେ ପ୍ରବେଶ କରି ଧ୍ୱଂସ କରିବାର କ୍ଷମତା ରଖିଛି ।
ଏହି ଡ୍ରୋନ୍ ରାତିରେ ମଧ୍ୟ ଶତ୍ରୁ ଉପରେ ଖୁବ୍ ସହଜରେ ଆକ୍ରମଣ କରିପାରିବ । ଆଗାମୀ ୬ମାସ ମଧ୍ୟରେ ଏହାର ଟାର୍ଗେଟ ପରୀକ୍ଷଣ ହେବ ବୋଲି ସୂଚନା ଦେଇଛନ୍ତି ପ୍ରଫେସର ସୁବ୍ରମଣ୍ୟମ ସଦରଲାଲ ।
Powered by Froala Editor