ଶାରୀରିକ ସମ୍ପର୍କ ବେଳେ କିଡନୀ ରୋଗୀଙ୍କ ମୃତ୍ୟୁ, ଚାକିରି ହରାଇଲେ ନର୍ସ
ଲଣ୍ଡନର ଏକ ହସ୍ପିଟାଲରେ ଅଜବ ଘଟଣା ଘଟିଛି । ଜଣେ ଗୁରୁତର ରୋଗୀ ନର୍ସଙ୍କ ସହ ଯୌନସମ୍ପର୍କ ରଖି ଜୀବନ ହାରିଛନ୍ତି । ଲଣ୍ଡନର ଏକ ହସ୍ପିଟାଲରେ ପେନେଲୋପ ୱିଲିୟମ୍ସ ନାମ୍ନୀ ୪୨ ବର୍ଷୀୟା ନର୍ସ କାର୍ଯ୍ୟରତ ଥିଲେ। ଇତି ମଧ୍ୟରେ ସେଠାକୁ ଡାଏଲିସିସ ନିମନ୍ତେ ଆସୁଥିବା ଜଣେ କିଡନୀ ରୋଗୀଙ୍କ ସହ ତାଙ୍କ ଘନିଷ୍ଠତା ବଢ଼ିବାରେ ଲାଗିଲା। ଏହାପରେ ଉଭୟ ପରସ୍ପରଙ୍କୁ ଫୋନ୍ ଓ ମେସେଜ ଦେଉଥିବା ବେଳେ ମେଡିକାଲ ବାହାରେ ବି ସାକ୍ଷାତ କରୁଥିଲେ।
ଘଟଣା ଦିନ ମେଡିକାଲ ପାର୍କି ଏରିଆରେ ଏକ କାର୍ର ପଛ ସିଟ୍ରେ ଉକ୍ତ ରୋଗୀଙ୍କ ସହ ନର୍ସ ଜଣକ ଶାରୀରିକ ସମ୍ପର୍କ ରଖିଥିଲେ। ମାତ୍ର ରୋଗୀଜଣକ ଗୁରୁତର ହୋଇ ପଡ଼ିଲେ। ଧରା ପଡ଼ିଯିବା ଭୟରେ ନର୍ସ ଜଣକ ତୁରନ୍ତ ଆମ୍ବୁଲାନ୍ସକୁ ଫୋନ୍ କରି ନ ଥିଲେ। କାର୍ ଭିତରେ ହିଁ ରୋଗୀଙ୍କ ଜୀବନ ଚାଲିଯିବାରୁ ଏନେଇ ସେ ନିଜର ଜଣେ ସହକର୍ମୀଙ୍କୁ ଫୋନ୍ କରି କହିଥିଲେ।
ଏନେଇ ପୁଲିସ୍ ୱିଲୟମ୍ସଙ୍କୁ ପଚରାଉଚରା କରିବାରୁ ପ୍ରଥମେ ସେ ଏଥିରେ ନିଜ ସମ୍ପୃକ୍ତିକୁ ମନା କରି ଦେଇଥିଲେ। କାର୍ରେ ଥିବା ରୋଗୀଜଣକ ଅସହଜ ଅନୁଭବ କରୁଥିବାରୁ ଫୋନ୍ କରି ତାଙ୍କୁ ଡାକିଥିଲେ। ତେଣୁ ସେ ସେଠାକୁ ଯାଇଥିଲେ ବୋଲି ସେ ପୁଲିସ୍କୁ କହିଥିଲେ। ମାତ୍ର ରୋଗୀଙ୍କ ମୃତଦେହ ଅସଂଯତ ଅବସ୍ଥାରେ ଉଦ୍ଧାର ହେବା ଘଟଣା ନେଇ ପୁଲିସ୍ ପଚରାଉଚରା କରିବାରୁ ୱିଲୟମ୍ସ ସବୁ ଘଟଣା ମାନି ଯାଇଥିଲେ।
ଘଟଣା ସମୟରେ ରୋଗୀଙ୍କ ନିକଟରେ ଉପସ୍ଥିତ ଥିବା ନର୍ସ ତାଙ୍କୁ ବଞ୍ଚାଇବାକୁ କୌଣସି ଚେଷ୍ଟା ନ କରିବାରୁ ତାଙ୍କୁ ନିଜ ଚାକିରି ହରାଇବାକୁ ପଡ଼ିଛି। ଏଥିସହ ନିଜ ପେସାକୁ ଅପମାନିତ କରିଥିବାରୁ ଭବିଷ୍ୟତରେ ସେ ଆଉ ନର୍ସ ଚାକିରି କରିପାରିବେନି ବୋଲି ଜାରି ହୋଇଛି ନିର୍ଦ୍ଦେଶନାମା।
Powered by Froala Editor