ଟମାଟୋ ପାଇଁ ମାରପିଟ୍
ଟମାଟୋକୁ ନେଇ ବଢିଚାଲିଛି କଳି । ଏକ ଅଜବ ଘଟଣା ସାମନାକୁ ଆସିଛି ଯାହାକୁ ଶୁଣିଲେ ମୁଣ୍ଡରେ ହାତଦେବେ । ଉତ୍ତରପ୍ରଦେଶର ପ୍ରୟାଗରାଜରେ ମହିଳା ଦୋକାନୀଙ୍କ ସହିତ ମାରପିଟ କରି ତାଙ୍କଠାରୁ ୪ କିଲୋ ଟମାଟୋ ଲୁଟ କରିଛନ୍ତି ଲୁଟେରା। ଲୁଟକୁ ବିରୋଧ କରିବାରୁ ମହିଳାଙ୍କ ପରିବାର ଲୋକଙ୍କୁ ମଧ୍ୟ ଲୁଟେରା ମାଡ଼ ମାରିଛନ୍ତି।
ମହିଳା ଦୋକାନୀ ସନ୍ତୋଷ ଦେବୀଙ୍କ ଦୋକାନକୁ ତାଙ୍କ ଗାଁର ଜଣେ ଯୁବକ ଟମାଟୋ କିଣିବାକୁ ଆସିଥିଲେ। ଟମାଟୋ କିଲୋ ୧୨୦ ଟଙ୍କା ଥିବା ବେଳେ ଯୁବକ ଜଣକ କିଲୋ ପ୍ରତି ୧୦ ଟଙ୍କା ନେବାକୁ ସନ୍ତୋଷ ଦେବୀଙ୍କୁ ବାଧ୍ୟ କରିଥିଲେ। କିନ୍ତୁ ଦୋକାନୀ ୧୦ ଟଙ୍କାରେ ଟମାଟୋ ଦେବାକୁ ମନା କରିଦେଇଥିଲେ। ଏଥିରେ ଉତ୍ତକ୍ଷିପ୍ତ ହୋଇ ଯୁବକ ସନ୍ତୋଷ ଦେବୀଙ୍କୁ ଗାଳିଗୁଲଜ କରିଥିଲେ। ପରେ କିଛି ବ୍ୟକ୍ତିଙ୍କ ସହିତ ଯୁବକ ଜଣକ ଫେରି ତାଙ୍କୁ ମାଡ଼ ମାରିବା ସହିତ ୪ କିଲୋ ଟମାଟୋ ଲୁଟି ଫେରାର ହୋଇଯାଇଥିଲା । ପରଦିନ ଯୁବକ ଜଣକ ପୁଣି ଫେରି ମହିଳାଙ୍କୁ ଥାନାରେ ଅଭିଯୋଗ ନକରିବାକୁ ଧମକ ଦେଇଥିଲେ। ପରେ ପୋଲିସ ଯୁବକଙ୍କୁ ଅଟକ ରଖିଛି।
Powered by Froala Editor