କ୍ଷମା ମାଗିଲେ ‘ଆଦିପୁରୁଷ’ର ଲେଖକ
'ଆଦିପୁରୁଷ'ର ଡାଏଲଗକୁ ନେଇ ଟ୍ରୋଲିଂ ହେବା ପରେ ଏବେ ହାତ ଯୋଡ଼ି କ୍ଷମା ପ୍ରାର୍ଥନା କରିଛନ୍ତି ଡାଏଲଗ ଲେଖକ ମନୋଜ ମୁନ୍ତଶିର। ସାଧୁ ସନ୍ଥ ଏବଂ ଶ୍ରୀରାମଙ୍କ ଭକ୍ତମାନଙ୍କ ଭାବନାକୁ ଆଘାତ ଲାଗିଥିବାରୁ ଟୁଇଟ କରି କ୍ଷମା ମାଗିଛନ୍ତି ମନୋଜ। ହେଲେ ତାଙ୍କର କ୍ଷମା ପ୍ରାର୍ଥନାକୁ ଦର୍ଶକ ଗ୍ରହଣ କରିନଥିବା ଦେଖାଯାଇଛି। ବହୁତ ବିଳମ୍ବରେ କ୍ଷମା ପ୍ରାର୍ଥନା କରିଛ ବୋଲି କିଛି ଲୋକ କହିଥିବା ବେଳେ ଆଉ କିଛି ଲୋକ କହିଛନ୍ତି, ଆମେ 'ଆଦିପୁରୁଷ' ନିର୍ମାତାଙ୍କୁ କେବେ ବି କ୍ଷମା କରିପାରିବୁ ନାହିଁ।
ଓମ ରାଉତ ନିର୍ଦେଶିତ ହିନ୍ଦୀ ଚଳଚ୍ଚିତ୍ର 'ଆଦିପୁରୁଷ' ରିଲିଜ ପୂର୍ବରୁ ହିଁ ବିବାଦରେ ରହିଆସିଛି। ଚଳଚ୍ଚିତ୍ରର ଡାଏଲଗଗୁଡ଼ିକୁ ଦର୍ଶକଙ୍କୁ ବିଲକୁଲ ପସନ୍ଦ ଆସିନଥିଲା। ଡାଏଲଗକୁ ନେଇ ଆଲୋଚନା ସମାଲୋଚନା ଏବେବି ଚାଲିଛି। କେବଳ ସେତିକି ନୁହେଁ ଡାଏଲଗ୍ ଲେଖକ ମନୋଜ ମୁନ୍ତଶିରଙ୍କୁ ମଧ୍ୟ ଖୁବ୍ ଟ୍ରୋଲ କରାଯାଉଛି। ଏତେ ସବୁ ପରେ ଏବେ ହାତ ଯୋଡ଼ି କ୍ଷମାପ୍ରାର୍ଥନା କରିଛନ୍ତି ମନୋଜ।
ମନୋଜ ଟ୍ବିଟ କରି କ୍ଷମା ପ୍ରାର୍ଥନା କରିଥିବା ବେଳେ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ଉତ୍ତରଦାୟିତ୍ବରୁ ରକ୍ଷା ପାଇବା ପାଇଁ ଏବଂ ଫିଲ୍ମ ସଫଳ ନହେବାର ସବୁ ଦୋଷ ଦର୍ଶକଙ୍କୁ ଦେବା ପାଇଁ ଏହା ହେଉଛି ଏକ କୌଶଳ। କ୍ଷମା ପ୍ରାର୍ଥନା ଗ୍ରହଣୀୟ ନୁହେଁ। ହନୁମାନଜୀ ସବୁ ଦେଖୁଛନ୍ତି। ବର୍ତ୍ତମାନ ବହୁତ ବିଳମ୍ବ ହୋଇଛି।
Powered by Froala Editor